କ୍ରୀଡ଼ା

IPL 2022: ପାକିସ୍ତାନର ସବୁଠୁ ମହଙ୍ଗା ଖେଳାଳିଙ୍କଠୁ ୧୩ ଗୁଣ ଅଧିକ ରହିଛି କେଏଲ ରାହୁଲଙ୍କ ଦରମା

ନୂଆଦିଲ୍ଲୀ () ଆଇପିଏଲ ୨୦୨୨ ପାଇଁ ୧୦ ଦଳର ଖେଳାଳିଙ୍କ ସ୍ଥିତି ସ୍ପଷ୍ଟ ହୋଇ ସାରିଛି। ଆଇପିଏଲ ୧୫ତମ ସଂସ୍କରଣର ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ଲୋକେଶ ରାହୁଲ। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୭ କୋଟି ଟଙ୍କାରେ କିଣିଛି। ସେହି ପରି ତିନି ଖେଳାଳି ଏମିତି ଅଛନ୍ତି ଯାହାଙ୍କୁ ୧୬ କୋଟି ଟଙ୍କା ମିଳିବ। ଏଥିରେ ଅଛନ୍ତି ରୋହିତ ଶର୍ମା(ମୁମ୍ବାଇ ଇଣ୍ଡିଆନ୍ସ), ରବୀନ୍ଦ୍ର ଜାଡ଼େଜା(ଚେନ୍ନାଇ ସୁପରକିଙ୍ଗ୍ସ) ଓ ଋଷଭ ପନ୍ତ(ଦିଲ୍ଲୀ କ୍ୟାପିଟାଲ୍ସ)।
ଦରମା ଦେବା ମାମଲାରେ ଆପଇିଏଲ ଦୁନିଆର ଅନ୍ୟ କ୍ରିକେଟ୍ ଲିଗଠୁ ବହୁ ଆଗରେ ରହିଛି। ସେ ପାକିସ୍ତାନ ସୁପର  ଲିଗ୍ ହେଉ କି ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍। କେହି ହେଲେ ଆଇପିଏଲର ନିକଟତର ନାହାନ୍ତି। ଆଇପିଏଲର ସବୁଠୁ ମହଙ୍ଗା ଖେଳାଳି କେଏଲ ରାହୁଲଙ୍କ ଦରମା ପାକିସ୍ତାନର ସବୁଠୁ ମହଙ୍ଗା ଖେଳାଳିଙ୍କଠୁ ୧୩ ଗୁଣ ଅଧିକ ରହିଛି। ରାହୁଲଙ୍କୁ ୧୭ କୋଟି ଟଙ୍କା  ମିଳୁଥିବା ବେଳେ ପାକିସ୍ତାନର ସବୁଠୁ ମହଙ୍ଗା କ୍ରିକେଟର ବାବର ଆଜମଙ୍କୁ ୧.୩୦ କୋଟି ଟଙ୍କା ମିଳୁଛି। ପାକିସ୍ତାନରେ ୧.୩୦ କୋଟି ଟଙ୍କାର ଏକ ସ୍ଲାବ ରହିଛି। ବାବରଙ୍କ ବ୍ୟତୀତ ଆଉ ତିନି ଖେଳାଳି ଏମିତି ଅଛନ୍ତି ଯାହାଙ୍କୁ ୧.୩୦ କୋଟି ଟଙ୍କା ମିଳୁଛି।
ଅନ୍ୟପଟେ ଅଷ୍ଟ୍ରେଲିଆ ବିଗ୍ ବାସ୍  ଲିଗ୍‌ର ସବୁଠୁ  ମହଙ୍ଗା ଖେଳାଳିଙ୍କ ମୂଲ୍ୟ ଦୁଇ କୋଟି(୦.୨୫୮ ମିଲିୟନ ୟୁଏସ ଡଲାର) ରହିଛି। ବାମହାତୀ ବ୍ୟାଟସମ୍ୟାନ ଡି ଆର୍ସି ସର୍ଟଙ୍କୁ ଏହି ଦରମା ମିଳେ। ବିବିଏଲର ସବୁଠୁ ମହଙ୍ଗା ଖେଳାଳିଙ୍କ ତୂଳନା କରାଯାଏ ତେବେ ରାହୁଲଙ୍କ ଦରମା ପ୍ରାୟ ଆଠ ଗୁଣା ଅଧିକ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com