କ୍ରୀଡ଼ା

ଏସିଆ କପ୍ – ୨୦୨୩ ଖେଳିବାକୁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବନାହିଁ

ମୁମ୍ବାଇ, ୧୮ /୧୦/୨୦୨୨-   ୨୦୨୩ ଏସିଆ କପ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି । ପାକିସ୍ତାନରେ ହେବାକୁ ଥିବା ୨୦୨୩ ଏସିଆ କପ୍ ଖେଳିବାକୁ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବନାହିଁ ।  ବିସିସିଆଇ ସଚିବ ଜୟ ଶାହ ଏନେଇ ସୂଚନା ଦେଇଛନ୍ତି । ଜୟ କହିଛନ୍ତି, ଏସିଆ କପ୍ କୌଣସି ନିରପେକ୍ଷ ସ୍ଥାନରେ ଖେଳାଯିବା ପାଇଁ ପ୍ରସ୍ତାବ ଦିଆଯିବ । ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଯିବୁ ନାହିଁ । ଶାହ ଏହା ମଧ୍ୟ କହିଛନ୍ତି ଯେ ବିସିସିଆଇ ଆଗାମୀ ବର୍ଷ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରିତ କରିବା ଉପରେ ବିଚାର କରିବ ।

ଭାରତୀୟ ଦଳ କୌଣସି ନିରପେକ୍ଷ ସ୍ଥାନରେ ଏସିଆ କପ ମୁକାବିଲା ଖେଳିବା ପାଇଁ ପ୍ରସ୍ତୁତ ଅଛି । ଅର୍ଥାତ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ବି ସ୍ଥାନରେ ଭାରତୀୟ ଟିମ୍ ଖେଳିବା ପାଇଁ ପ୍ରସ୍ତୁତ ଅଛି । ମଙ୍ଗଳବାର ମୁମ୍ବାଇରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବାର୍ଷିକ ସାଧାରଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଭାରତ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ଯିବ ବୋଲି କୁହାଯାଉଥିଲା । ହେଲେ ଏହାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି । ଅନ୍ୟ ପକ୍ଷରେ ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ସହ ଭାରତର ମୁକାବିଲା ୨୩ ଅକ୍ଟୋବରରେ ଅଛି ।

Related Articles

Back to top button
WP Twitter Auto Publish Powered By : XYZScripts.com