Featuredରାଜନୀତି

ମହୁଆ ମୈତ୍ର ବିବାଦର ପ୍ରଭାବ, ବଦଳିଲା ଲୋକସଭା ୱେବସାଇଟ ଭିଜିଟ ନିୟମ

ବଦଳିଲା ଲୋକସଭା ୱେବସାଇଟକୁ ଭିଜିଟ କରିବା ନିୟମ ।ଏଣିକି କୌଣସି ସାଂସଦଙ୍କ ବ୍ୟକ୍ତିଗତ କର୍ମଚାରୀ କିମ୍ବା କୌଣସି ତୃତୀୟ ବ୍ୟକ୍ତି ସଂସଦର ୱେବସାଇଟକୁ କରିପାରିବେନି ଭିଜିଟ ।

କେବଳ ସଂସଦୀୟ ସଦସ୍ୟମାନେ ବ୍ୟକ୍ତିଗତ ଭାବେ ଲଗଇନ କରି ତଥ୍ୟ ଦେଇପାରିବେ ଏବଂ ୱେବସାଇଟ ବ୍ୟବହାର କରିପାରିବେ । ଆଉ ସବୁଠୁ ବଡ କଥା ହେଉଛି ସଂସଦମାନେ ପଞ୍ଜିକୃତ କରିଥିବା ଫୋନ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ । ଅର୍ଥାତ ଫୋନକୁ ଓଟିପି ଯିବାପରେ ସାଂସଦ ମାନେ ୱେବସାଇଟକୁ ପ୍ରବେଶ କରି କାର୍ଯ୍ୟ କରିପାରିବେ ।

କୁହାଯାଉଛି ଯେ ଟିଏମସି ସାମସଦ ମହୁଆ ମୈତ୍ରଙ୍କ ଅଡୁଆ ପରେ ଏହି ପଦକ୍ଷେପ ନିଆଯାଇଛି । ଏପଟେ ମହୁଆଙ୍କୁ ନେଇ ଆଉ ଏକ ଗଡ ଖବର ସାମ୍ନାକୁ ଆସିଛି । ସାଂସଦ ମହୁଆ ମୈତ୍ରଙ୍କ ସଂସଦ ଲଗଇନ୍‌ ଆଇଡିକୁ କେବଳ ଦୁବାଇରୁ ନୁହେଁ, ନ୍ୟୁଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବେଙ୍ଗାଲୁରୁରୁ ମଧ୍ୟ ବ୍ୟବହାର କରାଯାଇଛି ।

ତେବେ ପୂର୍ବରୁ ଟିଏମ୍‌ସି ସାଂସଦ ମହୁଆ ସ୍ୱୀକାର କରିଥିଲେ ଯେ ଲୋକସଭାରେ ପଚରାଯିବାକୁ ଥିବା ପ୍ରଶ୍ନରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ସହ ତାଙ୍କ ସଂସଦ ଲଗଇନ୍‌ ଆଇଡି ଏବଂ ପାସୱାର୍ଡ ସେୟାର କରିଥିଲେ। ତେବେ, ଏବେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଟିଏମସି ସାଂସଦ କୋଲକାତା ଏବଂ ପରେ ଦିଲ୍ଲୀରେ ଥିବା ବେଳେ ନ୍ୟୁଜର୍ସି ଏବଂ ବେଙ୍ଗାଲୁରୁରୁ ମଧ୍ୟ ତାଙ୍କ ଲଗଇନ୍‌ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରାଯାଇଥିଲା।

() ସେହିପରି ପୂର୍ବରୁ ମହୁଆ କହିଥିଲେ ଯେ ଯେ ଯଦିଓ ସେ ତାଙ୍କ ସଂସଦ ଲଗ୍‌ ଇନ୍‌ ବିବରଣୀ ହିରାନନ୍ଦାନୀଙ୍କ ସହ ସେୟାର କରିଥିଲେ, ତଥାପି ବ୍ୟବସାୟୀ ପ୍ରଶ୍ନ ପୋଷ୍ଟ କରିବା ପାଇଁ ସେ ନିଜେ ଲଗ୍‌ ଇନ୍‌ କରି ନଥିଲେ। ଦର୍ଶନ ହିରାନନ୍ଦାନୀଙ୍କ କାର୍ୟ୍ୟାଳୟରେ କେହି ଜଣେ ପ୍ରଶ୍ନ ଟାଇପ୍‌ କରିଥିଲେ, ଯାହା ସେ ସଂସଦ ୱେବସାଇଟରେ ଦେଉଥିଲେ । ଏହା ସହ ପ୍ରଶ୍ନ କରିବା ପରେ, ସେମାନେ ତାଙ୍କୁ ଫୋନ୍‌ କରି ସୂଚନା ଦେଉଥିଲେ ।

ମହୁଆ ଆହୁରି ମଧ୍ୟ କହିଥିଲେ ସେ ସବୁବେଳେ ନିର୍ବାଚନ ମଣ୍ଡଳୀରେ ବ୍ୟସ୍ତ ରହୁଥିବାରୁ ଗୋଟିଏ ଥରରେ ସମସ୍ତ ପ୍ରଶ୍ନ ପଢ଼ୁଥିଲି। ପ୍ରଶ୍ନ କରିବା ପରେ ତାଙ୍କ ମୋବାଇଲରେ ଏକ ଓଟିପି ଆସିଥାଏ। ସେ ସେହି ଓଟିପି ଦିଅନ୍ତି ଏବଂ ତା’ପରେ ହିଁ ପ୍ରଶ୍ନ ଦାଖଲ କରାଯାଏ। ସେହିପରି ହରିନନ୍ଦାନୀଙ୍କ ସତ୍ୟପାଠ ଉପରେ ମହୁଆ କହିଛନ୍ତି ଯେ ହିରାନନ୍ଦାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହାକୁ ଦାଖଲ କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ କରି ମୈତ୍ର ବାରମ୍ବାର ଏହି ଦସ୍ତାବିଜର ସତ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେପଟେ ଲୋକସଭା ସ୍ୱାଧିକାର କମିଟି ଇତିମଧ୍ୟରେ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କୁ ସୁପାରିସ କରିସାରିଥିବାବେଳେ ଲୋକପାଳ ମଧ୍ୟ ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com