Breaking NewsFeaturedଓଡ଼ିଶାଜାତୀୟ

କୁଢ଼କୁଢ଼ ଶବ ଏବେବି ନିଜ ସମ୍ପର୍କୀୟଙ୍କ ଅପେକ୍ଷାରେ, ନିଜର ମଣିଷପଣିଆ ଦେଖାନ୍ତୁ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିଶ୍ୱ ସମୁଦାୟଙ୍କ ଛାତି ଥରାଇ ଦେଇଛି ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା । ଆଖି ପିଛୁଳାକେ ଚାଲିଗଲା ଶହଶହ ନିରୀହ ଜୀବନ । କୁଢ କୁଢ ଶବ ଏବେବି ନିଜ ସମ୍ପର୍କୀୟଙ୍କ ଅପେକ୍ଷାରେ । ଏଭଳି ଲୋମଟାଙ୍କୁରା ଓ ହୃଦୟ ବିଦାରକ ଦୁର୍ଘଟଣା ପରେ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ସାଧାରଣ ଲୋକଙ୍କଠାରୁ ସୋସିଆଲ ମିଡିଆରେ ଦୁଃଖ ତଥା ସମବେଦନା ଭରା ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ବ୍ୟକ୍ତି, ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭଳି ସମସ୍ତେ ସାହାଯ୍ୟର ହାତ ବଢାଇଲେ । ସବୁ କିଛି ଭୁଲି ଯାଇ ସମସ୍ତେ ଯେମିତି ପରିସ୍ଥିତିର ମୁକାବିଲା ପାଇଁ ଏକାଠି ଛିଡ଼ା ହୋଇଗଲେ । କିନ୍ତୁ ଏହା ମଧ୍ୟରେ ଅନେକେ ମାନବିକତା ଭୁଲିଗଲେ । କେହି ମୃତ ଶରୀରରୁ ଗହଣା କାଢି ନେଲେ ତ କେହି ମୋବାଇଲ୍‌, ପର୍ସ ଆଦି ଚୋରି କରିନେଲେ । ସେପଟେ ଏଭଳି କରୁଣ ପରିସ୍ଥିତରେ ମୃତାହତ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଶୋଷି ଚାଲିଲେ କେତେକ ବସ୍ କର୍ମଚାରୀ । କିଛି ସମୟ ମଧ୍ୟରେ ବସ୍ ଭଡ଼ା ଦୁଇଗୁଣ କରିଦେଲେ । ଏତେ ବଡ଼ ଦାରୁଣ ଦୁଃଖ ସମୟରେ ମଣିଷ ହୋଇ ମଧ୍ୟ ଅମଣିଷ ଭଳି କାର୍ଯ୍ୟ କଲେ ।

ଗୋଟି ପଟେ ଏଯାଏ ୨୭୫ ମୃତ ଦେହ ଭିତରୁ ମାତ୍ର ୧୦୮ ଟି ମୃତ ଦେହର ପରିଚୟ ମିଳିଛି ଏବଂ ଏଥିରୁ ୮୮ଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କିନ୍ତୁ ଏଯାଏ ବି ରାଜଧାନୀର ବିଭିନ୍ନ ହସ୍ପିଟାଲରେ ୧୬୭ ମୃତଦେହ ଅପେକ୍ଷା କରିଛି ନିଜ ପରିଜନଙ୍କୁ । ସେପଟେ ଶେଷ ସମୟରେ ବି ନିଜ ଲୋକଙ୍କ ସଂସ୍କାର ପାଇଁ ପହଞ୍ଚି ପାରୁ ନାହାନ୍ତି ଲୋକେ । ଏକଥା ପରିବାର ଲୋକେ ଜାଣି ପାରୁ ନାହାନ୍ତି ଯେ କରମଣ୍ଡଳରେ ଆସୁଥିବା ସେମାନଙ୍କ ସମ୍ପର୍କୀୟ ଏବେ ଜୀବିତ କି ମୃତ । ଏହି ପରିସ୍ଥିତିରେ ଯେଉଁମାନେ ବି ମୋବାଇଲ୍ ଏବଂ ପର୍ସ ଭଳି ସାଧାରଣ ଜିନିଷକୁ ଲୋଭରେ ନେଇ ଯାଇଛନ୍ତି ସେମାନଙ୍କୁ ଏତିକି ଆମେ ଅନୁରୋଧ କରୁଛୁ ଯେ ନିଜର ମଣିଷ ପଣିଆ ପାଇଁ ଥରୁଟେ ସେହି ଫୋନ୍‌କୁ ଅନ୍ କରନ୍ତୁ । ଯାହାଫଳରେ ବୋଧ୍ ହୁଏ କେହି ନିଜ ସମ୍ପର୍କୀୟର ଠିକଣା ପାଇ ପାରିବ । ଅନ୍ତତଃ ପକ୍ଷେ ସେମାନଙ୍କର ଶେଷ କୃତ୍ୟ ପାଇଁ ଶବ ନେଇପାରିବେ । ଯଦି ସେହି ପର୍ସ ମଧ୍ୟରେ କାହା ଫଟୋ କିମ୍ବା ପରିଚୟପତ୍ର ରହିଛି ସେ ସମ୍ପର୍କରେ ଅବଗତ କରାନ୍ତୁ । ଗୋଟିଏ ମୋବାଇଲ୍ ଫୋନ୍ କିମ୍ବା କିଛି ଟଙ୍କା ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରି ଦେବ ନାର୍ହି କିନ୍ତୁ ସେହି ଛୋଟ ଛୋଟ ଜିନିଷ ଶେଷ ସମୟରେ ଗୋଟିଏ ପରିବାରକୁ ତାର ସମ୍ପର୍କୀୟଙ୍କ ପାଖରେ ପହଞ୍ଚାଇ ଦେବ । ଏଭଳି ଦୁଃଖଦ ସମୟରେ ସମବେଦନା କେବଳ ସୋସିଆଲ ମିଡିଆରେ ନ ଦେଖାଇ ବରଂ ନିଜର ହୃଦୟରୁ ଦେଖାନ୍ତୁ । ମଣିଷ ହୋଇ ମଣିଷପଣିଅକୁ ବଞ୍ଚାଇ ରଖନ୍ତୁ, ଏହି ରିପୋର୍ଟ ମାଧ୍ୟମରେ ଆମର ଏତିକି ନିବେଦନ ।

Related Articles

Back to top button
WP Twitter Auto Publish Powered By : XYZScripts.com