ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା

ଲକ୍ଷ୍ମୀପତ ସିଙ୍ଘାଣିଆ ବିଦ୍ୟାଳୟର ୫୭ ତମ ବାର୍ଷିକ ଉତ୍ସବ ପାଳନ

ରାୟଗଡା, ୨୫/୧୧/୨୦୨୨ –  ରାୟଗଡା ଜିଲ୍ଲା ଜେକେ କାଗଜ କଳର ଲକ୍ଷ୍ମୀପତ ସିଙ୍ଘାଣିଆ ବିଦ୍ୟାଳୟର ୫୭ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ରାୟଗଡା ଉପ ଜିଲ୍ଲା ପାଳ ଭୀମସେନ ଶବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଯୁକ୍ତ ୨ କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ବଦ୍ରିନାଥ ମହାପାତ୍ର ଏହି ସଭାରେ ସଭାପତି ତ୍ୱ କରିଥିଲେ। ଏଥି ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ସାମଲ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।

ଏହି ଉତ୍ସବରେ ଯୁକ୍ତ ୨ କଲେଜ ର ୨୫ ବର୍ଷ ପୂର୍ତ୍ତି ଅବସରରେ କଲେଜ ର ଓଡ଼ିଆ ବିଷୟ ର ବରିଷ୍ଠ ଅଧ୍ୟାପକ କାହ୍ନୁ ଚରଣ ସାହୁ , ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନିତା ସିହ୍ନା  ଆଶାଲତା ମହାନ୍ତି , ସ୍ୱପ୍ନା ରାଣୀ ମହାପାତ୍ର ଏବଂ ବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ର ବରିଷ୍ଠ ଶିକ୍ଷକ ଡି ଉଦୟ ଭାସ୍କରଙ୍କୁ ଉତରୀୟ ଦେଇ ସମ୍ମାନୀତ କରାଯାଇ ଥିଲା । ମୁଖ୍ୟ ଅତିଥି ବିଦ୍ୟାଳୟର ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ଙ୍କୁ ଦୁର୍ଗା ପ୍ରସାଦ ନାଇଡୁ ଏବଂ ଆବାହକ ଶିକ୍ଷକ ପ୍ରଦୀପ ନାୟକ ନଗଦ ଅର୍ଥରାଶି ଦେଇ ସମ୍ମାନୀତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବିନିତା ସିହ୍ନା ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜେକେ କାଗଜ କଳର ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା ରେ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ସୁମିତା ପାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ସମସ୍ତେ ଆଜି ଉପ ଜିଲ୍ଲାପାଳ ଙ୍କର ଜନ୍ମଦିନ ବୋଲି ଜାଣିବା ପରେ ଏହି ମଞ୍ଚରେ ମୁଖ୍ୟ ଅତିଥିଙ୍କ ଜନ୍ମଦିନ ପାଳନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com