କ୍ରୀଡ଼ା

ଆରମ୍ଭ ହେଲା ଭାରତ-ପାକିସ୍ତାନ ଟି-ଟ୍ବେଣ୍ଟି ବିଶ୍ୱକପ ମ୍ୟାଚ

ମେଲବୋର୍ଣ୍ଣ, ୨୩/୧୦/୨୦୨୨ –  ଆରମ୍ଭ ହେଲା ବହୁ ପ୍ରତିକ୍ଷିତ ଭାରତ-ପାକିସ୍ତାନ ଟି-ଟ୍ବେଣ୍ଟି ବିଶ୍ୱକପ ମ୍ୟାଚ । ଏହି ମ୍ୟାଚରେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଆଜି ଉଭୟ ଭାରତ-ପାକିସ୍ତାନ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରୁଛନ୍ତି । ବିଶ୍ୱକପରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହି ଆସିଛି  । ଭାରତ ୫-୧ରେ ଆଗୁଆ ରହିଛି ।

ଆଜି ମ୍ୟାଚ୍ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବିଗ୍ରେଡ । ସାମି ଓ ଭୁବନେଶ୍ବର କୁମାରଙ୍କ ଉପରେ ବୋଲିଂ ଦାୟିତ୍ବ ରହିବ । ରୋହିତ, ରାହୁଲ, ବିରାଟ, ସୁର୍ଯ୍ୟକୁମାରଙ୍କୁ ନେଇ ବ୍ୟାଟିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ସେପଟେ ଘାତକ ବୋଲର ସାହିନ୍ ଆଫ୍ରିଦିଙ୍କୁ ନେଇ ବେଶ ଆଶାବାଦୀ ରହିଛି ପାକିସ୍ତାନ ।ଚଳିତବର୍ଷ ଦ୍ବିତୀୟ ଥର ଟ୍ରଫି ହାତେଇବାକୁ ରଣନୀତି କରିଛି ଭାରତ । ଶେଷଥର ଲାଗି ୨୦୦୭ରେ ଟି-ଟ୍ବେଣ୍ଟି ବିଶ୍ୱକପ ଜିତିଥିଲା ଭାରତ ।

Related Articles

Back to top button
WP Twitter Auto Publish Powered By : XYZScripts.com