ଜାତୀୟରାଜନୀତି

ମସଜିଦ ଲାଉଡ ସ୍ପିକର ବ୍ୟାନକୁ ବିରୋଧ କରିଛନ୍ତି ରାମଦାସ ଅଠାୱଲେ

ସାଙ୍ଗଲୀ:  ମସଜିଦ ଲାଉଡ ସ୍ପିକର ବ୍ୟାନକୁ ବୁଧବାର ବିରୋଧ କରିଛନ୍ତି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଅଠାୱଲେ ମସଜିଦ ଲାଉଡ ସ୍ପିକରକୁ ନେଇ ରାଜନୀତିକରଣ କରିବା ଭୁଲ ବୋଲି କହିଛନ୍ତି। ଦୀର୍ଘ ବର୍ଷରୁ ମୁସଲମାନମାନେ ଲାଉଡ ସ୍ପିକରରେ ଅଜାନ କରିଆସୁଛନ୍ତି। ଏଣୁ ଏହାକୁ ପ୍ରତିବନ୍ଧିତ କରାଯିବା ଉଟିତ ନୁହେଁ ବୋଲି ସେ କହିଛନ୍ତି। ଆମ ଦେଶର ମୁସଲମାନମାନେ ବିଦେଶରୁ ଆସି ନାହାନ୍ତି। ସେମାନେ ମୂଳ ହିନ୍ଦୁ ଓ ବିଭିନ୍ନ ସମୟରେ ଭାରତ ଉପରେ ହୋଇଥିବା ଧାର୍ମିକ ଆକ୍ରମଣ କାଳରେ ସେମାନଙ୍କ ଧର୍ମ ପରିବର୍ତ୍ତିତ ହୋଇଥିବା କହିଛନ୍ତି । ମହାରାଷ୍ଟ୍ରରେ ନବନିର୍ମାଣ ସେନା ମସଜିଦରେ ଲାଉଡ ସ୍ପିକରକୁ ନେଇ ଦେଇଥିବା ଅଲ୍ଟିମେଟମକୁ ସେ ବିରୋଧ କରିଛନ୍ତି। ସେ କହିଛନ୍ତି ଏପରି କାର୍ଯ୍ୟାନୁଷ୍ଠାନକୁ ତାଙ୍କ ପାର୍ଟି ବିରୋଧ କରୁଛି। ସେ ରାଜ ଠାକରେଙ୍କୁ ଏପରି ନ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com