ଓଡ଼ିଶା

ଜିଲ୍ଲା ସ୍ତରୀୟ ୧୫୩ତମ ଗାନ୍ଧୀ ଜୟନ୍ତୀ ପାଳିତ

ଛତ୍ରପୁର, ୦୪ /୧୦/୨୦୨୨-   ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୩ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପୋଲିସ୍ ପ୍ୟାରେଡ ପଡିଆ ସମ୍ମୁଖ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା  ଡାକବାଜିରେ ଯନ୍ତ୍ର ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତେ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ନବ ନିର୍ମିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସୁନ୍ଦର ପ୍ରତିମୂର୍ତ୍ତି ମାନନୀୟା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ କର କମଳରେ ଉଦ୍ଘାଟନ କରାଯାଇଥିଲା ।

ଅତିଥି ମାନଙ୍କ ଦ୍ବାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ପ୍ରଦୀପ ପ୍ରଜ୍ଜଳନ ପରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଶିଷ୍ଟ କଳାକାର ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ କରାଯାଇଥିଲା । ପବିତ୍ର ଶ୍ରୀମଦଭାଗବତ ଗୀତା କବିରାଜ ବଟକୃଷ୍ଣ ତ୍ରିପାଠୀ, ପବିତ୍ର କୋରାନ୍ ଶେଖ୍ ମହମ୍ମଦ ସୟଦ୍ ଓ ପବିତ୍ର ବାଇବେଲ ଚନ୍ଦ୍ର ଶେଖର ମଲ୍ଲିକଙ୍କ ଦ୍ବାରା ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା ।  ଅହିଂସା ଓ ସ୍ବଚ୍ଛତା ହେଉଛି ଦୁଇଟି ମାର୍ଗ । ଅହିଂସା ମାର୍ଗରେ ଗାନ୍ଧିଜୀ ସ୍ବାଧୀନତା ଆଣିଥିଲେ ଏବଂ ସ୍ବଚ୍ଛତା ମାର୍ଗକୁ ଆପଣାଇଲେ ଆମେ ସୁସ୍ଥ ଓଡିଶା ଗଠନ କରିପାରିବା ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ କହିଥିଲେ । ଅହିଂସା ଓ ସତ୍ୟ ମାର୍ଗରେ ଗମନ କରିବା ସହ ସ୍ବଚ୍ଛତା ଉପରେ ଦୃଷ୍ଟି ଦେବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ, ସମାଜ ସେବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com