ଓଡ଼ିଶା

ମଙ୍କିପକ୍ସର ମୁକାବିଲା ପାଇଁ ଏସସିବି ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା

ଏସ୍‌ସିବି ମେଡିକାଲକୁ ମଙ୍କିପକ୍ସର ନୋଡାଲ ସେଣ୍ଟର କରାଯାଇଛି । ମେଡିକାଲ ତରଫରୁ ମେଡିସିନ, ପେଡିଆଟ୍ରିକ,ମାଇକ୍ରୋ ବାୟୋଲୋଜି,ଗାଇନିକ ଓ ସ୍କିନ୍ ବିଭାଗର ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି । ମଙ୍କିପକ୍ସର ମୁକାବିଲା ପାଇଁ କଟକ ଏସସିବି ମେଡିକାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଆଉଟଡୋର ଓ ଇନଡୋରକୁ ଆସୁଥିବା ସମସ୍ତ ରୋଗୀଙ୍କ ଉପରେ ନଜର ରଖିବା ପାଇଁ ସବୁ ବିଭାଗକୁ ସଜାଗ କରି ଦିଆଯାଇଛି । କୌଣସି ବ୍ୟକ୍ତିଙ୍କ ଠାରେ ଯଦି ଏହି ରୋଗର କିଛି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଟିମ୍‌କୁ ଅବଗତ କରିବାକୁ କୁହାଯାଇଛି । ଏଥିପାଇଁ ସଂକ୍ରମଣ ରୋଗ ବିଭାଗରେ ଦୁଇଟି ବେଡ଼ ସହ ୨ଟି ଆଇସୋଲେସନ କ୍ୟାବିନ ପ୍ରସୁତ ରହିଛି। ମେଡିସିନ ବିଭାଗ ଆଇସିୟୁରେ ୪ଟି ବେଡ୍ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା କଟକ ଏସସିବି ମେଡିକାଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୫ଟି ବିଭାଗର ଡାକ୍ତରଙ୍କୁ ନେଇ ଗଠନ କରାଯାଇଛି ସ୍ବତନ୍ତ୍ର ଟିମ୍। ଯେଉଁଥିରେ ମେଡିସନ, ଚର୍ମରୋଗ, ମାଇକ୍ରୋ ବାୟୋଲୋଜି ,ଶିଶୁ ରୋଗ, ଏସପିଏମ ବିଶେଷଜ୍ଞ ରହିଛନ୍ତି । ସମସ୍ତ ଦିଗ ଉପରେ ନଜର ରଖିବାକୁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ତେବେ ମଙ୍କିପକ୍ସ ଆକ୍ରାନ୍ତଙ୍କୁ ସଠିକ ଭାବେ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମେଡିସନ ବିଭାଗର ବିଭାଗୀୟ ମୁଖ୍ୟ ତଥା ମଙ୍କିପକ୍ସ କମିଟି ଅଧକ୍ଷ ।

Related Articles

Back to top button
WP Twitter Auto Publish Powered By : XYZScripts.com