Featuredଓଡ଼ିଶା

ଚନ୍ଦ୍ରଗ୍ରହଣ ପାକତ୍ୟାଗ, ଦେବନୀତି ନିଷେଧ ନେଇ ବିବାଦ , ବଦଳିବ ଶ୍ରୀମନ୍ଦିର ନୀତିକାନ୍ତି ସମୟ

ଚଳିତବର୍ଷ ନଭେମ୍ବର ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ର‌ଗ୍ରହଣ। ଏହି ଦିନ କେଉଁ ସମୟରେ ପାକତ୍ୟାଗ, ଦେବନୀତି ଆଦି ନିଷେଧ ହେବ, ତାକୁ ନେଇ ମୁଣ୍ଡ ଟେକିଛି ବିବାଦ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜ୍ୟୋତିର୍ବିଦଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି । ତେବେ ଏହାକୁ ନେଇ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ନିଜ ତ୍ରୁଟି ସୁଧାରିବା ସହ ଚୂଡ଼ାନ୍ତ ନୀତିକାନ୍ତି ସମୟରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଆଲୋଚନା ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକ ଡକାଯାଉଛି। ଚୂଡ଼ାନ୍ତ ନୀତିକାନ୍ତିରେ ତ୍ରୁଟି ରହିଯାଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ଏହାର ସଂଶୋଧନ ପାଇଁ ନଭେମ୍ବର ୧ ଅବା ୨ ତାରିଖରେ ନୀତି ସବ୍‌କମିଟି ଓ ଛତିଶାନିଯୋଗ ବୈଠକ ଡକାହେବାର କାର୍ଯ୍ୟକ୍ରମ ରହିଛି। ଯେହେତୁ ସୂର୍ଯ୍ୟୋଦୟ ପରଠାରୁ ପାକତ୍ୟାଗ, ଦେବନୀତି ନିଷେଧ ରହିଛି, ଏହା ପୂର୍ବରୁ ହିଁ ସବୁ ନୀତିକାନ୍ତି ସରିବ। ସୂର୍ଯ୍ୟୋଦୟ ପୂର୍ବରୁ ପ୍ରଥମ ଭୋଗମଣ୍ଡପ ଉଠିବ। ‌ସୂର୍ଯ୍ୟପରାଗରେ ଯେଭଳି ରାତିରୁ ମହାପ୍ରସାଦ ପ୍ରସ୍ତୁତି ହୋଇଥିଲା, ଚନ୍ଦ୍ରଗ୍ରହଣରେ ବି ସେଭଳି କରାଯିବ। ଗ୍ରହଣ ସ୍ପର୍ଶ ପରେ ମହାସ୍ନାନ ହୋଇ ଶ୍ରୀମନ୍ଦିର ନୀତିକାନ୍ତି ଆରମ୍ଭ ହେବ। ଏହିଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି, ସେ ଦୃ୍ଷ୍ଟିରୁ ଦେବନୀତି ନିଷେଧ ପୂର୍ବରୁ ମହାପ୍ରଭୁଙ୍କ ସୁନାବେଶ ନୀତି ସଂପନ୍ନ ହେବ ଯାହା ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ । ପୂର୍ବଦିନ ରାତିରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ସକାଳ ୮ଟା ୨୯ରେ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଚୂଡ଼ାନ୍ତ ନୀତିକାନ୍ତିରେ ଉଲ୍ଲେଖ କରିଥିବା ବେଳେ ଜ୍ୟୋତିର୍ବିଦ୍‌ମାନେ ସୂ‌ର୍ଯ୍ୟୋଦୟଠୁ ପାକତ୍ୟାଗ, ଦେବନୀତି ନିଷେଧ ବୋଲି ଯୁକ୍ତି ଦର୍ଶାଇଛନ୍ତି। ଏହି ବିବାଦ ମୁଣ୍ଡ ଟେକିବା ପରେ ତେବେ ଶ୍ରୀମନ୍ଦିର ପ୍ରଶାସନର ଏତେବଡ଼ ଭୁଲକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ସୂର୍ଯ୍ୟୋଦୟ ପୂର୍ବରୁ ଲୋକେ ଡଙ୍ଗାଭସା କାମ ସାରିବେ। ପରେ ସବୁ ମାରା ବୋଲି ଧରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com