ମୃତ୍ୟୁର ତାଣ୍ଡବ : ସୋମାଲିଆରେ ଆତ୍ମଘାତୀ ବିସ୍ଫୋରଣ , ଶତାଧିକ ମୃତ, ୩୦୦ ରୁ ଅଧିକ ଗୁରୁତର

ବିଶ୍ୱର ବିଭିନ୍ନ ସ୍ଥାନରେ ମୃତ୍ୟୁର ତାଣ୍ଡବ ଲୀଳା । ସୋମାଲିଆ ରାଜଧାନୀ ସୋମାଲିଆରେ ଦୁଇଟି କାରରେ ଆତ୍ମଘାତୀ ବିସ୍ଫୋରଣ ସହ ଗୁଳି ବିନିମୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ହୋଇଛି । ଏଥି ସହିତ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମ୍ବୁଲାନ୍ସ ସେବା ନିର୍ଦ୍ଦେଶକ କହିଛନ୍ତି ଯେ ବହୁ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହିତ ବିସ୍ଫୋରଣ ସ୍ଥଳରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଦ୍ୱିତୀୟ ବୋମା ବିସ୍ଫୋରଣ ଏକ ରେଷ୍ଟୁରାଣ୍ଟ ବାହାରେ ଘଟିଛି । ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ସ୍ଥାନୀୟ ସୋମାଲି ଗଣମାଧ୍ୟମକୁ କହିଛନ୍ତି ଯେ, ଏପର୍ୟ୍ୟନ୍ତ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ଏବଂ ୩୦୦ ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି । ବିସ୍ଫୋରଣ ସ୍ଥଳ ଏବଂ ଦୂରଦୂରାନ୍ତର ଘରେ ଭଙ୍ଗା କାଚ ସହ ମୋଗାଦିଶୁ ସହର ଉପରେ ବାଦଲ ଉଠୁଥିବାର ଦେଖାଯାଇଛି। ସେପଟେ ଆତଙ୍କବାଦୀ ସଂଗଠନ ଅଲ-ଶବାବ ଏହି ବମ୍ ଧମାକା ପଛରେ ହେବାର ଅନୁମାନ କରାଯାଉଛି। ତେବେ ଏହି ଘଟଣାର ଯାଞ୍ଚ ଜାରି ରହିଛି।




