ଅନ୍ୟାନ୍ୟ

ଝିଅ କରୁଥିଲା ଏଭଳି କାଣ୍ଡ, ପ୍ରାଣ ରଖିଲା ଟେକ୍ନୋଲୋଜି

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଟେକ୍ନୋଲୋଜି ଏବେ ବହୁ ଆଗକୁ ବଢିଯାଇଛି । କାରଣ କାହିଁ ଆମେରିକା ଆଉ କାହିଁ ମଧ୍ୟପ୍ରଦେଶ । ମାଇଲ ମାଇଲ ଦୂରତା ଥିଲେ ମଧ୍ୟ ଆମେରିକାରେ ବସି ମଧ୍ୟପ୍ରଦେଶରେ ଜୀବନ ହାରୁଥିବା ଜଣେ ନାବାଳିକାର ଜୀବନ ବଞ୍ଚେଇଛନ୍ତି ଫେସବୁକ ଟିମ । କଥାଟା ସିନେମା ଭଳି ଲାଗୁଲେ ମଧ୍ୟ ଏହା ସତ । ଭେଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରେ । ଯେଉଁଠି ଟେକ୍ନୋଲୋଜି ପାଇଁ ନାବାଳିକଙ୍କ ଜୀବନ ବଞ୍ଚଯାଇଛି । ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଏହି ଭିଡିଓରେ ଜଣେ ନାବାଳିକ ନିଜର ଜୀବନ ହାରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଆମେ ଆପଣଙ୍କୁ ସ୍କ୍ରିନ ମାଧ୍ୟମରେ ଦେଖାଇ ପାରିବୁ ନାହିଁ । ଏହା କମ୍ୟୁନିଟି ଗାଇଡଲାଇନ ଅନ୍ତର୍ଭୂକ୍ତ ।

ନାବାଳିକାଙ୍କ ଏଭଳି ଉଦ୍ୟମ ସମ୍ପର୍କରେ ମେଟା ଫେସବୁକ ଟିମ ତୁରନ୍ତ ଭିଡିଓର ଠିକଣା ଜାଣଇବାକୁ ଚେଷ୍ଟା କରିଥିଲେ । ଯାହାପରେ ନାବାଳିକା ଜଣକ ମଧ୍ୟପ୍ରଦେଶର ସଙ୍ଗରୋଲୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଥିଲା । ମେଟା ଟିମ ତୁରନ୍ତ ସାଇବର ପୁଲିସକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଏହି ସୂଚନା ସଙ୍ଗରୌଲୀ ଜିଲ୍ଲା ପୁଲିସକୁ ଦିଆଯାଇଥିଲା । ପୁଲିସ ତୁତରନ୍ତ ଘଟଣା ସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ବଞ୍ଚେଇଥିଲେ । ତେବେ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ ପଛର କାରଣ କଣ ? ନାବାଳିକା ଜଣକ କାହିଁକି ନିଜର ଜୀବନ ହାରୀବାକୁ ଚାହୁଁଥିଲେ ? ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ଘରଲୋକଙ୍କୁ ଡରାଇବା ପାଇଁ ମୁଁ ଏଭଳି କରିଥିଲି । ତେବେ ପୁଲିସ ନାବାଳୀକାର ଜୀବନ ବଞ୍ଚାଇବା ସହ ଇଷ୍ଟାରେ ସେୟାର ହୋଇଥିବା ଭିଡିଓକୁ ହଟାଇ ଦିଆଯାଇଛି । ଥରେ ଭାବନ୍ତୁ ତ ଯଦି ଏଠାରେ ଟେକ୍ମୋଲୋଜିର ସୁବିଧାକୁ ଠିକ ଭାବରେ ବ୍ୟବହାର କରାଯାଇନଥାନ୍ତା ହୁଏତ ନାବାଳିକାଙ୍କୁ ବଞ୍ଚାଯାଇ ପାରିନଥାନ୍ତା । ଘର ଲୋକଙ୍କୁ ଡରେଇବା ପରିବର୍ତ୍ତେ ନିଜର ଜୀବନ ହାରିଦେଇଥାନ୍ତେ ନାବାଳିକା ଜଣକ ।

Related Articles

Back to top button
WP Twitter Auto Publish Powered By : XYZScripts.com