ବାଣିଜ୍ୟ

ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସ୍ଵଳ୍ପ ସଞ୍ଚୟ ସଚେତନତା

ଛତ୍ରପୁର, ୩୧/୧୦/୨୦୨୨ –  ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଶ୍ୱ ମିତ ବ୍ୟୟୀତା ଦିବସ ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ତରଫରୁ ରବିବାର ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜନ ସଚେତନତା ନିମନ୍ତେ ବାହାରିଥିବା ସଞ୍ଚୟରଥଟିର ଶୁଭ ଉଦଘାଟନ କରି ଏହି ଦିବସର ତାପ୍ତର୍ଯ୍ୟ ସମ୍ପର୍କରେ ଅବଗତ କରାଇ ଉପସ୍ଥିତ ଜନସାଧାରଣଙ୍କ ନିଜ ବକ୍ତବ୍ୟରେ ଜଣାଇଥିଲେ ୟେ, ଜନସାଧାରଣ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥର ସଠିକ ଓ ସୁରକ୍ଷିତ ବିନିଯୋଗ କରିବାର ଆବଶ୍ୟକତା ରହିଛି । ନିଜ ଅର୍ଜିତ ଧନକୁ ସଂନ୍ଦିଗ୍ଧ, ଅଣ ବ୍ୟାଙ୍କିଙ୍ଗ, ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାରେ ନ ରଖି ସରକାରୀ ସ୍ବୀକୃତିପ୍ରାପ୍ତ ନିର୍ଭର ଯୋଗ୍ୟ ଅନୁଷ୍ଠାନରେ ରଖନ୍ତୁ , ଯାହାରି ଫଳରେ ଠକାମିରେ ନପଡି ଅର୍ଥ ସଠିକ ସ୍ଥାନରେ ସୁରକ୍ଷିତ ରହି ପାରିବ ।

ଗଞ୍ଜାମ ଜିଲ୍ଲାରେ ସ୍ଵଳ୍ପ ସଞ୍ଚୟ ବିଭାଗର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଜମାରାଶି ରଖିଥିବା ଯୋଗୁଁ ସବୁବେଳେ ପ୍ରଶଂସିତ ହୋଇ ଆସୁଛି । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ଏଜେଣ୍ଟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଜମାପୁଞ୍ଜି ବୃଦ୍ଧି କରାଇବା ଦିଗରେ ଜନସାଧାରଣଙ୍କ ଠାରେ ପ୍ରୋଛାହନ ସୃଷ୍ଟି କରିବାକୁ ଜଣାଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଅଣସ୍ୱିକୃତି ପ୍ରାପ୍ତ ,ଅଣ ଅଧିକୃତ ଓ ଅଣ ପଞ୍ଜିକୃତ ସଂସ୍ଥା କିମ୍ବା ଅନୁଷ୍ଠାନ ବ୍ୟକ୍ତିଙ୍କ ମାଧ୍ୟମରେ ଅର୍ଥ ନିଵେଶ ନ କରିବାକୁ ଜଣାଇଥିଲେ । ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ବିଶ୍ୱ ମିତ ବ୍ୟୟୀତା ଦିବସର ତପ୍ତର୍ଯ୍ୟ ଓ ଆଭିମୁଖ୍ୟ ଅବଗତ କରାଇ ,ଏହି କ୍ଷେତ୍ରରେ କାର୍ଯ୍ୟରତ ଏଜେଣ୍ଟ ମାନଙ୍କର ଗୁରୁ ଦାଇତ୍ଵ ଓ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ ଏବଂ କାର୍ଯ୍ୟକ୍ରମର ସଫଳତା ସକାଶେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ଵଳ୍ପ ସଞ୍ଚୟ ରଥ ଛତ୍ରପୁର ସହର, ଚମଖଣ୍ଡି, ବ୍ରହ୍ମପୁର ସହରରେ ପରିଭ୍ରମଣ କରି ଜନସଚେତନତା ସୃଷ୍ଟି କରିଥିଲା । ସ୍ଵଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ସଂଗୃହୀତ ସଚେତନତା ଭିଡ଼ିଓ ସଞ୍ଚୟ ରଥରେ ପ୍ରଦର୍ଶିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ସ୍ବଳ୍ପ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସନ୍ତୋଷ କୁମାର ରଥ,ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ ପରିଡା, ସ୍ଵଳ୍ପ ସଞ୍ଚୟ ଏଜେଣ୍ଟ ସଂଗଠନର ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ପାଦକ ଉଦୟ ନାଥ ମହାନ୍ତି, କୋଷାଧ୍ୟକ୍ଷ ବିନୋଦ କୁମାର ରାଉତ, ଛତ୍ରପୁର ସହର ସ୍ଵଳ୍ପ ସଞ୍ଚୟ ପ୍ରତିନିଧି ପ୍ରଭକାର ରାଓ, ପ୍ରସନ୍ନ ପାତ୍ର, କ୍ଷୀରୋଧ ରଥ, ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com