ବାଣିଜ୍ୟ

ପାକିସ୍ତାନର ୧- ନମ୍ବର ଧନୀ

ଆଜିକାଲି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । କେବଳ ଆର୍ଥିକ ସଂକଟ ଦେଇ ଗତି କରୁଛି ତାହା ନୁହେଁ ବରଂ ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି ବୋଲି କହିଲେ କିଛି ଭୁଲ ହେବନି । କାରଣ ଏଠାକାର ଭୁଲ ନିତି ଏବଂ ଖରାପ ରାଜନୈତିକ ନିଷ୍ପତ୍ତି ଯୋଗୁଁ ପାକିସ୍ତାନ ଗତ ୭୦ ବର୍ଷ ମଧ୍ୟରେ ଭାରତ ଭଳି ବିକାଶ କରିବାରେ ବିଫଳ ହୋଇଛି । ଗୋଟେପଟେ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ପାକିସ୍ତାନରେ ଏମିତି ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ବ୍ୟବସାୟରେ ସଫଳ ହେବା ସହ ପୁରା ବିଶ୍ୱରେ ମଧ୍ୟ ନାମ କମେଇ ପାରିଛନ୍ତି ।

ଯେତେବେଳେ କୋଟିପତିଙ୍କ କଥା ଆସେ ସେତେବେଳେ ଭାରତର ଅନେକ ବ୍ୟବସାୟୀଙ୍କ ମାନ ଆସେ । ଯେମିତି କି ମୁକେଶ ଅମ୍ବାନୀ ହୁଅନ୍ତୁ କିମ୍ବା ଗୌତମ ଆଦାନୀଙ୍କ ନାମ ଆସିଥାଏ । ହେଲେ ଯଦି ପାକିସ୍ତାନ କଥା କହିବା ତେବେ ସେଠାକାର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ସହିଦ ଖାନ । ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୧୨ ବିଲିୟନ ଡଲାର ।

ତେବେ ସହିଦ ଖାନ କିଏ ଆସନ୍ତୁ ତାଙ୍କ ବିଷୟରେ ଜାଣିବା ।

୧୮ ଜିଲାଇ ୧୯୫୦ରେ ଜନ୍ମ ହୋଇଥିବା ସହିଦ ଖାନ ବର୍ତ୍ତମାନ ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି । ସେ ଫ୍ଲେକ୍ସ ଏନ ଗେଟର ମାଲିକ ହୋଇଥିବା ବେଳେ ଜଣେ କୋଟିପତି ବ୍ୟବସାୟୀ ଏବଂ ସ୍ପୋର୍ସ ଟାଇକନ ମଧ୍ୟ । ସାହିଦଙ୍କ ଫ୍ଲେକ୍ସ ଏନ ଗେଟ କମ୍ପାନୀ ମୋଟର ଯାନର ଉତ୍ପାଦନ କରିଥାଏ । ସେହିପରି ସାହିତ ନ୍ୟାସନାଲ ଫୁଟବଲ ଲିଗର ଜ୍ୟାକସନଭିଲ ଜାଗୁଆର ଏବଂ ଏବଂ ଫୁଲହାମ ଏଫସି ପ୍ରିମିୟର ଲିଗର ମାଲିକ ମଧ୍ୟ ।

ସେହିପରି ସହିଦ ତାଙ୍କ ପୁଅ ଟୋନି ଖାନଙ୍କ ସହ ଆମେରିକୀୟ ରେସବିଂ ପ୍ରମୋସନ ଅଲ ଏଲିଟ ରେସଲିଂରେ ମଧ୍ୟ ସହ ମାଲିକାନା ରହିଛି । ସହିଦ ଖାନ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କ ପରିବାର କଂଷ୍ଟ୍ରକ୍ସନ ଶିଳ୍ପରେ ଜଡିତ ଥିଲେ । ଏମିତିକି ସହିଦ ଖାନ ଇଲିନୋଇସ ଅରବାନ ଚାମ୍ପାଇଂଗ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ସମୟରେ ଗୋଟେ ସପ୍ତାହ ପାଇଁ ବାସନ ମାଜିବା କାମ କରିଥିଲେ । ଆଉ ଆଜି ସେ ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com