ବାଣିଜ୍ୟ

ଭୁବନେଶ୍ୱର- ପୁରୀକୁ ସଂଯୋଗ କରିବ ନୂଆ ଏକ୍ସପ୍ରେସ୍ ୱେ

 ଭୁବନେଶ୍ୱର , ୧୯/୧୧/୨୦୨୨-   ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପୁରୀକୁ ଏଣିକି ଯିବା ସହଜ ହେବ । ସରକାର ତିଆରି କରିବାକୁ ଯାଉଛନ୍ତି ନୂଆ ଏକ୍‌ସପ୍ରେସ ୱେ । ପୂର୍ତ୍ତ ବିଭାଗ ଏନେଇ ଯୋଜନା ପ୍ରସ୍ତୁତ ସହ ପ୍ରକ୍ରିୟା ଆରମ୍ଭ କରିଛି । ଏହାଦ୍ୱାରା ରାଜ୍ୟରେ ଗମନାଗମନ ଭିତ୍ତିଭୂମିରେ ଯୋଡ଼ିହେବ ଆଉ ଏକ ନୂଆ ଅଧ୍ୟାୟ। ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଏବଂ ପୁରୀର ଦୁଇ ବିମାନବନ୍ଦରକୁ ସଂଯୋଗ କରିବା ପାଇଁ ଏହି ନୂଆ ରାସ୍ତା ନିର୍ମାଣ କରାଯିବ । ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତାବିତ ଯୋଜାନ ସରକାରଙ୍କୁ ଅନୁମୋଦନ ପାଇଁ ପଠାଯାଇଛି ।

ରାଜ୍ୟ ସରକାର ମଧ୍ୟ ଏନେଇ ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନୂଆ ରାସ୍ତା ଦ୍ୱାରା ଭୁବନେଶ୍ୱର-ପୁରୀ ମଧ୍ୟରେ ଦୂରତା ୬୬ କିମିରୁ ୫୭ କିମିକୁ ହ୍ରାସ ପାଇବ। ଏହି ଏକ୍ସପ୍ରେସ୍‍-ୱେ’ରେ ଗାଡ଼ି ଘଣ୍ଟା ପ୍ରତି ୧୨୦ କିମି ବେଗରେ ଦୌଡ଼ିବ । ଫଳରେ ଯାତ୍ରା ସମୟ ୧ ଘଣ୍ଟା ୩୦ ମିନିଟକୁ ହ୍ରାସ ପାଇବ। ପ୍ରକଳ୍ପ ପାଇଁ ୩୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା ବେଳେ ଏଥିରୁ ଜମି ଅଧିଗ୍ରହଣ ପାଇଁ ୧୦୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏକ୍ସପ୍ରେସ୍‍-ୱେ ନିର୍ମାଣ ପାଇଁ ୧୨୭୩ ଏକର ଜମି ଅଧିଗ୍ରହଣ ଆବଶ୍ୟକ ପଡ଼ିବ ।

ଭବିଷ୍ୟତରେ ଏହା ମେଟ୍ରୋ ରେଲ୍‍ ସିଷ୍ଟମ୍‍ ସହିତ ଯୋଡ଼ିହେବ। ପ୍ରତି ବର୍ଷ ପୁରୀକୁ ଆଗନ୍ତୁକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ମେଣ୍ଟାଇବା ପାଇଁ ୩୧୬ ନଂ ଜାତୀୟ ରାଜପଥ ଏକମାତ୍ର ସଡ଼କ ପଥ ଭାବେ କାର‌୍ୟ୍ୟ କରୁଛି। ସେହିପରି ରଥଯାତ୍ରା ଏବଂ ଅନ୍ୟ ପର୍ବ ପର୍ବାଣୀ ସମୟରେ ରାସ୍ତାରେ ଅହେତୁକ ଭିଡ଼ ପରିଲକ୍ଷିତ ହେଉଛି। ଦୁଇ ସହର ମଧ୍ୟରେ ଏକ୍ସପ୍ରେସ୍‍-ୱେ ଏକ ବିକଳ୍ପ ରାସ୍ତା ଭାବେ କାର୍ଯ୍ୟ କରିବ । ଏକ୍ସପ୍ରେସ୍‍-ୱେ ୩୧୬ ଜାତୀୟ ରାଜପଥ ଠାରୁ କିଛି ଦୂରତାରେ ଯିବ। ଏକ୍ସପ୍ରେସ୍‍-ୱେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଜଟଣୀ, ଡେଲାଙ୍ଗ, ସାକ୍ଷୀଗୋପାଳ ଦେଇ ପୁରୀ ଗୋରୁଆଳ ସ୍ଥିତ ପ୍ରସ୍ତାବିତ ଗ୍ରୀନ୍‍ଫିଲ୍ଡ ଏୟାରପୋର୍ଟ ନିକଟରେ ପହଞ୍ଚିବ।

Related Articles

Back to top button
WP Twitter Auto Publish Powered By : XYZScripts.com