ବାଣିଜ୍ୟ

ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମୟ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ିଲା

 ଭୁବନେଶ୍ୱର, ୩୧/୧୨/୨୦୨୨-  ରାଜ୍ୟରେ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଅବଧିକୁ ଆହୁରି ଏକ ମାସ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା ଚାଷୀମାନେ ୨୦୨୩ ଜାନୁଆରୀ ୩୧ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ । ଅଧିକ ସଂଖ୍ୟକ ମାଣ୍ଡିଆ ଚାଷୀ ନୂତନ ଭାବେ ନିଜ ନାମ ପଞ୍ଜିକରଣ ପାଇଁ ଆସୁଥିବାରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏମ୍-ପାସ୍ ଜରିଆରେ ଅନଲାଇନ୍ ଚାଷୀ ପଞ୍ଜିକରଣ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଅଧିକ ସଂଖ୍ୟକ ନୂତନ ମାଣ୍ଡିଆ ଚାଷୀଙ୍କୁ ପଞ୍ଜିକରଣର ସୁବିଧା ମିଳିବ । ପଞ୍ଜିକୃତ ଚାଷୀମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରିବେ । ପୂର୍ବରୁ ଏହି ଅବଧି ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଧାର୍ଯ୍ୟ କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com