
ବାଜିଲା ଗୁଜରାଟ ବିଗୁଲ୍। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରେସ୍ମିଟ୍ରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ଡିସେମ୍ବର ୧ ଓ ୫ ତାରିଖରେ ଭୋଟ୍ ଗ୍ରହଣ ହେବ। ୨ଟି ପର୍ଯ୍ୟାୟରେ ଏହି ମତଦାନ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାବେଳେ ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ସେହିପରି ଡିସେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ। ବିଧାନସଭାର ମୋଟ୍ ୧୮୨ ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ୩୩ ଜିଲ୍ଲାର ୪ କୋଟି ୯୦ ଲକ୍ଷ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।