Featuredଅନ୍ତର୍ଜାତୀୟଜାତୀୟବାଣିଜ୍ୟ

୬୦ ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ସରକାରଙ୍କ ନିଷ୍ପତ୍ତି

ଆଖୁ ଚାଷୀଙ୍କ ପାଇଁ ଖୁସିର ଖବର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଚିନି ରପ୍ତାନୀ କୋଟା ସ୍ଥିର କରିଛନ୍ତି ସରକାର । ବଜାରର ଆଶା ମୁତାବକ ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ସ୍ଥିର କରିଛନ୍ତି। ତେବେ ଏହି ନିର୍ଦ୍ଧାରଣ ଗତ ବର୍ଷ ହୋଇଥିବା ରପ୍ତାନୀ ତୁଳନାରେ ଖୁବ୍ କମ। ଘରୋଇ ବଜାରରେ ଚିନିର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ କରାଇବା ପାଇଁ ରପ୍ତାନୀ କୋଟା କମ ରଖାଯାଇଛି । ତେବେ ଚଳିତ ବର୍ଷ ବ୍ରାଜିଲରେ ଆଖୁ ଉତ୍ପାଦନ ହ୍ରାସ ଘଟିଛି। ଫଳରେ ବିଶ୍ଵ ବଜାରରେ ଭାରତୀୟ ଚିନିର ଚାହିଦା ଆହୁରି ବଢି ଯାଇଛି। ସରକାର ପୂର୍ବରୁ ସଙ୍କେତ ଦେଇଥିଲେ ଯେ, ଘରୋଇ ବଜାରରେ ଚାହିଦା ବଢିଲେ ଚିନିର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ପାଇଁ ରପାନ୍ତୀ କୋଟାରେ ହ୍ରାସ କରିବେ। ତଥାପି ଉଦ୍ୟୋଗ ଜଗତ ଆଶା ରଖିଥିଲେ ଯେ, ସରକାର ଅତି କମରେ ୮୦ରୁ ୯୦ ଲକ୍ଷ ଟନ ଚିନି ରପ୍ତାନୀର କୋଟା ସ୍ଥିର କରିବେ। ମାତ୍ର ଘରୋଇ ବଜାରରେ ଚାହିଦାକୁ ଦୃଷ୍ଟିରେ ରଖି ସରକାର ୬୦ ଲକ୍ଷ ଟନ ଚିନି ରପ୍ତାନୀ କରିବାକୁ ସ୍ଥିର କରିଛନ୍ତି।

Related Articles

Back to top button