Featuredଅନ୍ତର୍ଜାତୀୟ

ଆରପାରିରେ ରାପର୍ ଏବଂ ଅଭିନେତା ଆରୋନ କାର୍ଟର

ଲୋକପ୍ରିୟ ଗାୟକ, ରାପର୍ ଏବଂ ଅଭିନେତା ଆରୋନ କାର୍ଟରଙ୍କ  ଦେହାନ୍ତ ହୋଇଛି । ସେ ‘ବ୍ୟାକଷ୍ଟ୍ରିଟ୍ ବଏଜ’ ବ୍ୟାଣ୍ଡର ସଦସ୍ୟ ନିକ୍ କାର୍ଟରଙ୍କ ଭାଇ ଥିଲେ। ତାଙ୍କୁ ୩୪ ବର୍ଷ ହୋଇଥିଲା। ଖବର ଅନୁଯାୟୀ, ଶନିବାର ସକାଳେ କାଲିଫର୍ନିଆରେ ଥିବା ତାଙ୍କ ଘରର ବାଥରୁମରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆରୋନ କାର୍ଟରଙ୍କ ମୃତ୍ୟୁ ଖବର ଜାଣିବା ପରେ ଗାୟକ ଟାଇଲର ହିଲଟନ୍ ଟ୍ୱିଟରକୁ ଏହାକୁ ହୃଦୟ ବିଦାରକ ବୋଲି କହିଥିଲେ। ସେ ତାଙ୍କ ଆତ୍ମାକୁ ଶାନ୍ତିରେ ବିଶ୍ରାମ ନେବା ପାଇଁ ପ୍ରାର୍ଥନା କରି ଏକ ଲମ୍ବା ଟୁଇଟ୍ କରିଥିଲେ ।

Related Articles

Back to top button