ଓଡ଼ିଶା

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି

ଭଦ୍ରକ (ଓଡ଼ିଶା ଭାସ୍କର): ଆସନ୍ତା କାଲି ମହାଶିବରାତ୍ରୀ । ମହାଶିବରାତ୍ରୀ ପାଳନ ନେଇ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁସାରେ, ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି ଅନ୍ନନୀତି ଭୋଗ ଲାଗୁ ହେବ । ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ।

ସେହିପରି ରାତି ୧୧ଟା ଚତୁର୍ଥପ୍ରହର ପୂଜା , ଘୃତସ୍ନାନ, ଘର୍ଷଣଲାଗି, ୧୦୮କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ହେବ । ରାତି ୧୨ଟା ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ମି. ସୁନାବେଶ ସମ୍ପନ୍ନ ହେବ । ଏହି ସମୟରେ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ମନା ରହିଛି ।ଶେଷରେ ରାତି ୨ ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ସେହିପରି ଭୋର ୪.୩୦ ମିନିଟରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com