ଜୀବନଶୈଳୀ

ଆଜିଠୁ ଐତିହାସିକ ବାଲିଯାତ୍ରା ମହୋତ୍ସବ

ଭୁବନେଶ୍ୱର, ୦୮/୧୧/୨୦୨୨ –  ଐତିହାସିକ ବାଲିଯାତ୍ରା ମହୋତ୍ସବ ମଙ୍ଗଳବାର ଆରମ୍ଭ ହେବ । ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବ ପାଇଁ କଟକ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ବାଲିଯାତ୍ରାରେ ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିଥିବାବେଳେ ଓରମାସ ମଧ୍ୟ ୪୫୦ ଷ୍ଟଲ ଖୋଲିଛି। ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ କୁଆଖାଇ ନଦୀପଠାରେ ଅନୁଷ୍ଠିତ ହେବାକୁ ଯାଉଛି ବାଲିଯାତ୍ରା । ବାଲିଯାତ୍ରା ପଡିଆକୁ ପ୍ରବେଶ ପାଇଁ ୩ଟି ଗେଟର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ପ୍ରାୟ ୫୦୦ଟି ଷ୍ଟଲ ପଡିବ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ଷ୍ଟେଜର ମଧ୍ୟ ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଦୈନିକ ପ୍ରାୟ ୭୦ ରୁ ୮୦ ହଜାର ଲୋକ ସମାଗମ ହେବାର ଆଶଙ୍କା କରାଯାଉଛି । ବାଲିଯାତ୍ରା ପାଇଁ ଭୁବନେଶ୍ୱର ଡିସିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ବାଲିଯାତ୍ରା ସମୟରେ ୮ ରୁ ୧୦ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ଚୋରୀକୁ ନଜରରେ ରଖି ସ୍ୱତନ୍ତ୍ର ସ୍କୁାର୍ଡ଼ ରହିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com