Featuredଅନ୍ତର୍ଜାତୀୟଜୀବନଶୈଳୀବିଜ୍ଞାନ ଓ ପ୍ରଯୁକ୍ତି

ମଙ୍ଗଳ ମିସନ: ୪ ବିଜ୍ଞାନୀ ମଙ୍ଗଳ ଭଳି ଗ୍ରହରେ ବିତାଇବେ ପୂରା ଏକବର୍ଷ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମଙ୍ଗଳ ମିସନ୍‌ରେ ଯିବେ ୪ ଜଣ। ସେମାନଙ୍କୁ ଚୟନ କରିଛି ନାସା। ଏମାନଙ୍କ ମଧ୍ୟରେ ଅଛନ୍ତି କାନାଡାର ଜୀବବିଜ୍ଞାନୀ କେଲି ହାଷ୍ଟନ୍‌ । ମଙ୍ଗଳ ଭଳି ନିର୍ମିତ ବାସସ୍ଥଳୀରେ ସେ ସମ୍ପୂର୍ଣ୍ଣ ୧ ବର୍ଷ ବିତାଇବେ । ନାସା ପାଇଁ ମିସନ୍‌ କମାଣ୍ଡର ଭାବେ କାମ କରିବେ ହାଷ୍ଟନ୍‌ । ଆସନ୍ତା ଜୁନ୍‌ ମାସ ଶେଷରେ ହଷ୍ଟନ୍‌ ସ୍ଥିତ ନାସାର ଜନ୍‌ସନ୍‌ ସ୍ପେସ୍‌ ସେଣ୍ଟର୍‌ରେ ମଙ୍ଗଳ ଭଳି ପରିବେଶରେ ରହିବେ। ବାସ୍ତବ ମଙ୍ଗଳ ମିସନ୍‌ ପୂର୍ବରୁ ଗ୍ରହର ପୃଥକ ପରିବେଶରେ ଜଣେ ମହାକାଶଚାରୀଙ୍କ ବ୍ୟବହାରକୁ ସେ ତଦାରଖ କରିବେ।

ପରୀକ୍ଷଣରେ ସାମିଲ ସ୍ୱେଚ୍ଛାସେବୀମାନେ ସରଞ୍ଜାମ ବିଫଳ, ସୀମିତ ଜଳ ଏବଂ ଯୋଗାଯୋଗ ବିଫଳ ଭଳି ଆହ୍ୱାନର ସାମ୍ନା କରିବେ। ପୃଥିବୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ଥିବା ଯୋଗାଯୋଗର ବିଳମ୍ବ ଭଳି ବାହ୍ୟ ଜଗତ ସହିତ ସ୍ୱେଚ୍ଛାସେବୀମାନେ ଯୋଗାଯୋଗ ବିଳମ୍ବର ସମସ୍ୟାକୁ ସାମ୍ନା କରିବେ। ସେମାନଙ୍କ ବାର୍ତ୍ତା ବାହ୍ୟ ଜଗତରେ ପହଞ୍ଚିବାକୁ ୨୦ ମିନିଟ୍‌ ସମୟ ଲାଗିବ । ଗ୍ରହର ସ୍ଥିତି ଉପରେ ନିର୍ଭର କରି ମୋଟ୍‌ ୪୦ ମିନିଟ୍‌ ବିଳମ୍ବରେ ସେମାନେ ବାର୍ତ୍ତାର ଉତ୍ତର ପାଇବେ। ଏଭଳି କଠିନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ହାଷ୍ଟନଙ୍କ ସମେତ ମୋଟ ୪ ଜଣ। ଯାହାର ନେତୃତ୍ଵ ନେବେ ହାଷ୍ଟନ।

ମାନବ ରୋଗର ମଡେଲ ନିର୍ମାଣରେ ହାଷ୍ଟନ୍‌ଙ୍କର ଅଭିଜ୍ଞତା ରହିଛି । ସେ ଅଭିନବ ଷ୍ଟେମ୍‌ ସେଲ ଆଧାରିତ ପ୍ରୋଜେକ୍ଟଗୁଡ଼ିକର ନେତୃତ୍ୱ ନେଇଥିଲେ । ବନ୍ଧ୍ୟାତ୍ୱ, ଯକୃତ ରୋଗ ଓ ନ୍ୟୁରୋଡିଜେନେରେସନ୍‌ରେ ସହାୟକ ବହୁ କୋଷିକା ପ୍ରକାର ସେ ଉତ୍ପନ୍ନ କରିଥିଲେ । ହାଷ୍ଟନ୍‌ଙ୍କ ସହ ଏହି ପରୀକ୍ଷଣରେ ଯୋଗ ଦେଇଛନ୍ତି ଆମେରିକୀୟ ଷ୍ଟ୍ରକ୍‌ଚରାଲ ଇଞ୍ଜିନିୟର ରସ୍‌ ବ୍ରକ୍‌ୱେଲ୍‌, ଯିଏକି ଫ୍ଲାଇଟ୍‌ ଇଞ୍ଜିନିୟର ଭୂମିକା ନିର୍ବାହ କରିବେ । ମେଡିକାଲ ଅଫିସର୍‌ ଭାବେ ଯୋଗ ଦେବେ ଆମେରିକାର ଜରୁରିକାଳୀନ ଡାକ୍ତର ନାଥାନ ଜୋନ୍‌ସ । କାଲିଫର୍ଣ୍ଣିଆର ନର୍ସ ଏଲିସା ସାନନ୍‌ ବରିଷ୍ଠ ଅଫିସର୍‌ କାର୍ଯ୍ୟ ତୁଲାଇବେ। ଉଲ୍ଲେଖଯୋଗ୍ୟଯେ ମଙ୍ଗଳ ଭଳି ବାସସ୍ଥଳୀର ନାମ ଦିଆଯାଇଛି ‘ମାର୍ସ ଡ୍ୟୁନ୍‌ ଆଲ୍‌ଫା’ । ୭୦୦ ବର୍ଗଫୁଟର ଏହି ବାସସ୍ଥଳୀରେ ରହିଛି ୩ଡି ପ୍ରିଣ୍ଟେଡ୍‌ ସୁବିଧା ।

Related Articles

Back to top button
WP Twitter Auto Publish Powered By : XYZScripts.com