ଅନ୍ତର୍ଜାତୀୟ

ମୁଁ ସ୍ୱାଧିନତା ଚାହୁଁନି, ସାର୍ଥକ ସ୍ୱାୟତତା ଓ ତିବ୍ବତୀୟ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଚାହୁଁଛି ବୋଲି ଚୀନ ଲୋକେ ଜାଣିଲେଣି: ଦଲାଇ ଲାମା

ଜୁଲାଇ ୬ ତାରିଖରେ ତିବ୍ବତ ଧର୍ମଗୁରୁ ଦଲାଇଲାମା ଜନ୍ମଦିନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଲାଇ ଲାମାଙ୍କୁ ଫୋନ୍ କରି ଜନ୍ମଦିନରେ ବଧେଇ ଜଣାଇଥିଲେ। ମୋଦୀଙ୍କ ଫୋନ୍‌ ଚୀନକୁ ବାଧି ଯାଇଥିଲା। ଆଉ ଏବେ ଗୁରୁବାର(ଜୁଲାଇ ୧୪)ଦଲାଇ ଲାମା ଚୀନକୁ ଏକ ନୂଆ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ ଚୀନର ଅଧିକାଂଶ ଲୋକ ଏବେ ଅନୁଭବ କରିବା ଆରମ୍ଭ କଲେଣି ଯେ ମୁଁ ସ୍ୱାଧୀନତା ଚାହୁଁ ନାହିଁ ବରଂ ସାର୍ଥକ ସ୍ୱାୟତତା ଓ ତିବ୍ବତୀୟ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଚାହୁଁଛି। ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଗୁରୁତ୍ୱ ଦେଇ ଦଲାଇ ଲାମା କହିଛନ୍ତି ଯେ ସବୁ ମଣିଷ ସମାନ। ସେମାନେ ମୋ ଦେଶ ମୋ ଆଦର୍ଶ ସଂକୀର୍ଣ୍ଣ ମାନସିକତା ଠାରୁ ଉପରକୁ ଉଠିବାକୁ ଚାହାନ୍ତି। କାରଣ ଏଭଳି ମାନସିକତା ହିଁ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଗଡ଼ାର ମୂଳକାରଣ ବୋଲି ଦଲାଇ ଲାମ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com