Featuredମନୋରଞ୍ଜନ

ସୁଟିଂ ସେଟରେ ଅଚେତ ହୋଇ ଗଳିପଡିଲେ ଅଭିନେତା,ଡାକ୍ତର କହିଲେ ଏମିତି

ଭୁବନେଶ୍ୱର: ସାଉଥ ଅଭିନେତା ନାଗା ସୌର୍ଯ୍ୟ ତାଙ୍କ ଚଳଚ୍ଚିତ୍ର NS24 ର ସୁଟିଂ ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ । ହଠାତ୍ ସୁଟିଂ ସେଟରେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଶରୀରରେ ଦୁର୍ବଳତା ହେତୁ ନାଗା ସୌର୍ଯ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି।

ବର୍ତ୍ତମାନ ନାଗା ସୌର୍ଯ୍ୟଙ୍କ ସୁସ୍ଥ ଅଛନ୍ତି । ସେ ଉଚ୍ଚ ଜ୍ୱରରେ ପୀଡିତ ଥିବା କୁହାଯାଉଛି। ନାଗା ସୌର୍ଯ୍ୟଙ୍କ ଚିକିତ୍ସା ଚାଲିଛି। ସୂଚନାନୁସାରେ, ଶରୀରରେ ଜଳ ସ୍ତର ସନ୍ତୁଳିତ ହେବା ପରେ ନାଗା ସୌର୍ଯ୍ୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ।

ନାଗା ସୌର୍ଯ୍ୟ ଜଣେ ଅଭିନେତା ତଥା ଚଳଚ୍ଚିତ୍ର ଲେଖକ ତଥା ନିର୍ମାତା। ସେ ତେଲୁଗୁ ସିନେମାରେ କାମ କରନ୍ତି । ନାଗା ସୌର୍ଯ୍ୟ ୨୦ ନଭେମ୍ବର ୨୦୨୨ ରେ ଅନୁଷା ଶେଟ୍ଟୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟ ୨୦ ରେ ବାଙ୍ଗାଲୋରରେ ବିବାହ କରିବେ। ନାଗା ଏବଂ ଅନୁଷାଙ୍କ ବିବାହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ନାଗା ସୌର୍ଯ୍ୟ ମଧ୍ୟ ତାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com