ଜାତୀୟ

ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ

ନୂଆଦିଲ୍ଲୀ ;  ୧୩|୦୯  ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ । ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ପୂର୍ବରୁ ମଧ୍ୟ ସେ ୨୦୧୪ରୁ ୨୦୧୭ ଯାଏଁ ତିନି ବର୍ଷ ଧରି ଆଟର୍ଣ୍ଣି ଜେନେରାଲ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୨୦୧୭ରେ ତାଙ୍କୁ ବ୍ୟକ୍ତିଗତ କାରଣରୁ ପଦରୁ ହଟାଇ ଦିଆଯାଇଥିଲା । ତେବେ ମୁକୁଲ କେକେ ବେଣୁଗୋପାଳଙ୍କ ସ୍ଥାନ ନେବେ । ବେଣୁଗୋପାଲଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ସରୁଛି । ସରକାର ୯୦ ବର୍ଷୀୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇବାକୁ କହିଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ରାଜି ହୋଇନଥିଲେ । ସେ ୨୦୧୭ରୁ ଆଟର୍ଣ୍ଣି ଜେନେରାଲ ଭାବେ ପଦ ସମ୍ଭାଳୁଛନ୍ତି । ୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରେ ରୋହତଗୀ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହୋଇଥିଲେ । ଏହାପରେ କେକେ ବେଣୁଗୋପାଳଙ୍କୁ ୩ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ୨୦୨୦ରେ ସରୁଥିଲା । କିନ୍ତୁ ସରକାର ଦୁଇ ବର୍ଷ ତାଙ୍କ କାର୍ଯ୍ୟକାଳ ବଢାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com