Featuredଓଡ଼ିଶା

ଯୋରନ୍ଦା ମହିମା ଗାଦିରେରେ ବୁଲିଲା ପ୍ରଶାସନର ବୁଲଡୋଜର

ଭୁବନେଶ୍ୱର : ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ I କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାହାଳା ମୂଳରେ ଥିବା ତିନି ଗୋଟି ମନ୍ଦିରର ଉଚ୍ଛେଦ କରା ଯାଇଛି। ମହିମା ଗାଦି ମନ୍ଦିରର ତୃତୀୟ ବେଢ଼ା ପରିସରରେ ଥିବା ଏହି ମାହାଳା ମୂଳରେ କଉପୁନୀ ଧାରୀ ମହିମା ସମାଜ ଦୀର୍ଘ ବର୍ଷ ଧରି ମନ୍ଦିର ଓ ଧୂନୀ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରି ଆସୁଥିଲେ । ତେବେ ଏହି ସ୍ଥାନକୁ କଉପୁନୀ ଧାରୀ ମହିମା ସମାଜ ଜବର ଦଖଲ କରି ଆସୁଛି ବୋଲି ଅଭିଯୋଗ କରି ବଳ୍କଳଧାରୀ ମହିମା ସମାଜ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତେବେ ନ୍ୟାୟାଳୟ ବଳ୍କଳଧାରୀ ମହିମା ସମାଜ ସପକ୍ଷରେ ଆଦେଶ ଦେଇଥିବାରୁ ସେଠାରୁ କଉପୁନୀ ଧାରୀ ମହିମା ସମାଜର ଧୂନୀ ଓ ମନ୍ଦିରକୁ ଉଚ୍ଛେଦ କରାଯାଇଛି। ତେବେ ଉଚ୍ଛେଦ ସମୟରେ କୌଣସି ଅପ୍ରତିକର ପରିସ୍ଥିତି ଯେମିତି ସୃଷ୍ଟି ନ ହୁଏ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା I

Related Articles

Back to top button