ଅନ୍ୟାନ୍ୟ

ଆମେରିକାର ୱାଲମାର୍ଟ ଷ୍ଟୋରରେ ଭୟଙ୍କର ଗୁଳିକାଣ୍ଡ: ୧୦ ମୃତ

ପୁଣିଥରେ ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ୱର୍ଜିନିଆ ସ୍ଥିତ ୱାଲମାର୍ଟ ଷ୍ଟୋରରେ ଭୟଙ୍କର ଗୁଳି ବିନିମୟର ଘଟଣା ଘଟିଥିବା ଜଣା ପଡ଼ିଛିି । ଏପର୍ଯ୍ୟନ୍ତ ଏହି ଗୁଳି ବିନିମୟରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ହଠାତ ଦୋକାନ ଭିତରକୁ ପଶି ଗୁଳି ଚଳାଇବା ଆରମ୍ଭ କରିଥିଲେ । ତେବେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ କିଛି ସମୟ ପରେ ଆକ୍ରମଣକାରୀଙ୍କ ମୃତଦେହ ମିଳିଥଲା । ମଙ୍ଗଳବାର ରାତି ପ୍ରାୟ ୧୦ଟା ୧୨ମିନିଟ ସମୟରେ ୱାଲମାର୍ଟ ଭିତରେ ଗୁଳି ଚଳାଇଥିବାର ଖବର ପୋଲିସ ପାଇଥିଲା । ଏହା ପରେ ପୋଲିସ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋକାନକୁ ଘେରି ରହିଥିଲେ । ଏହି ଗୁଳି ବିନିମୟରେ ୱାଲମାର୍ଟ ମଧ୍ୟ ଦୁଃଖ ପ୍ରକାଶ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com