![](https://i0.wp.com/odia.mobilenews24x7.com/wp-content/uploads/2022/11/images-13.jpg?resize=275%2C183&ssl=1)
ଦିଲ୍ଲୀର ଜାମା ମସଜିଦ ମହିଳା ମାନଙ୍କ ଉପରେ ପୁଣି ଏକ ପ୍ରତିବନ୍ଧକ ଲଗାଇଛି । ମସଜିଦ ଭିତରକୁ ମହିଳା ମାନଙ୍କୁ ଏକା କିମ୍ବା ମହିଳା ଗୋଷ୍ଠୀ ଭାବରେ ପ୍ରବେଶକୁ ନିଶେଧ କରାଯାଇଛି । ଏହାକୁ ନେଇ ଜାମା ମସଜିଦ ଆଉ ଏକ ନୂଆ ସର୍ତ୍ତ ଜାରି କରିଛି । ସେ କହିଛି ଯେ ମସଜିଦ ଭିତରକୁ ଏକୁଟିଆ ମହିଳା ଯାଇ ପାରିବେ ନାହିଁ । କେବଳ ପୁରୁଷ ମାନଙ୍କ ସହିତ ସେମାନେ ଭିତରକୁ ଯାଇ ପାରିବେ । ପୂର୍ବରୁ ଯେତେବେଳେ ଜାମା ମସଜିଦ ଉପରେ ମହିଳାମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନଥିଲା ଯେତେବେଳେ ମହିଳା ଏଠାକୁ ପ୍ରାର୍ଥନା କରିବା ପାଇଁ ଆସୁଥିଲେ । କିନ୍ତୁ ଜାମାର କମିଟିଙ୍କର ଏବେ କହିବା କଥା ଅନୁସାରେ ଏବେ ମହିଳାମାନେ ପରିବାରର କୌଣସି ପୁରୁଷଙ୍କ ସହିତ ହିଁ ଜାମା ଭିତରକୁ ପ୍ରବେଶ କରିପାରିବେ । ତେବେ ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଏହି ଘଟଣାକୁ ସଂଜ୍ଞା ହିନ ବୋଲି କହିଛନ୍ତି । ଦିଲ୍ଲୀ ମହିଳା ଆୟୋଗ ଏହାକୁ ତାଳିବାନି ଫୈସଲା ବୋଲି ଦର୍ଶାଇ ସୁପ୍ରିମ କୋର୍ଟରେ ଏକ ନୋଟିସ ଜାରି କରିଛନ୍ତି ।