![](https://i0.wp.com/odia.mobilenews24x7.com/wp-content/uploads/2022/11/NPIC-20227292031.jpg?resize=750%2C470&ssl=1)
ଆଜିଠୁ ବିଧାନସଭାର ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଚାଲିବ ବିଧାନସଭା । ଆରମ୍ଭରୁ ଦିବଗଂତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଶୋକ ପ୍ରସ୍ତାବ ଆଗତ ହେବ । ଅପରାହ୍ମରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏଥର ବିନା କଟକଣାରେ ସ୍ବାଭାବିକ ଚାଲିବ ଗୃହ । ବିଧାୟକମାନେ ନିଜ ନିଜ ଆସନରେ ବସିବା ସହ ପ୍ରେସ ଗ୍ୟାଲେରୀରେ ସାମ୍ବାଦିକମାନେ ପୂର୍ବପରି ବସି ଖବର ପରିବେଷଣ କରିବେ । ଗୃହ ଆରମ୍ଭ ହେବା ପୂର୍ବରୁ ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ବିଜେଡ଼ି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦଳ ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଏବଂ ଆଲୋଚନା ଜରିଆରେ ବିରୋଧୀଙ୍କ ସବୁ ଅଭିଯୋଗର କିପରି ଜବାବ ଦିଆଯିବ ତାହା ଉପରେ ଆଲୋଚନା ହେବ ।