ଓଡ଼ିଶା

ଦୁଇ ବର୍ଷ ପରେ ସ୍କୁଲ ଆସିଲେ ଛାତ୍ରଛାତ୍ରୀ , ପ୍ରଥମ ଦିନରେ ଉପସ୍ଥିତି ସଂଖ୍ୟା କମ୍ ଦେଖିବାକୁ ମିଳିଛି

ପୁରୀ : କୋଭିଡ଼ କଟକଣା ମଧ୍ୟରେ ଆଜିଠାରୁ ପୁରୀ ଜିଲ୍ଲାରେ ମଧ୍ୟ ଖୋଲିଛି ସ୍କୁଲ । ଆଜି ସକାଳ ୧୦ଟା ପୂର୍ବରୁ ଛାତ୍ର ଛାତ୍ରୀମାନେ ସ୍କୁଲରେ ପାଦ ପକାଇଛନ୍ତି । ପୁରୀ ବଡ଼ଦାଣ୍ଡ ସ୍ଥିତ ବଳଗଣ୍ତି ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ପ୍ରବେଶ କରିବା ପୂର୍ବରୁ ସମସ୍ତଙ୍କ ହାତ ସାନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲକୁ ଛଡ଼ାଯାଇଥିଲା ।

ଛାତ୍ରଛାତ୍ରୀ ମାନେ ପ୍ରଥମେ ପ୍ରାର୍ଥନା କରିବା ପରେ କ୍ଲାସ ରୁମକୁ ପ୍ରବେଶ କରିଥିଲେ । ପ୍ରତ୍ୟେକ କ୍ଲାସ ରୁମରେ ୨୦ ରୁ ୨୫ ଜଣ ପିଲାଙ୍କୁ ନେଇ ଶିକ୍ଷାଦାନ କରାଯାଇଛି ।  ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବାରୁ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଛାତ୍ର ଛାତ୍ରମାନେ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com