ଓଡ଼ିଶା

ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଆଜିଠାରୁ ଟିକେଟ୍ ବିକ୍ରି, ଉଭୟ ଅନଲାଇନ ଏବଂ ଅଫଲାଇନ୍‌ରେ କିଣି ହେବ ଟିକେଟ୍

ଜୁନ୍ ୧୨ରେ ବାରବାଟୀରେ ହେବାକୁଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଆଜିଠୁ ଆରମ୍ଭ ହେଉଛି ଟିକେଟ୍ ବିକ୍ରି । ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ୍ ବିକ୍ରି ହେବ । ପୂର୍ବାହ୍ନ ୧୧ଟାରୁ ଟିକେଟ ନେଇ ପାରିବେ ଦର୍ଶକ । ଭୁବନେଶ୍ବର ଓ କଟକରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲାଯାଇଛି । ମୋଟ ୫ ହଜାର ଟିକେଟ୍ ଅନଲାଇନରେ ମିଳିବାକୁ ଥିବା ବେଳେ ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ କରିବେ ଦର୍ଶକ । କେଉଁ ଗ୍ୟାଲେରୀରୁ କେତୋଟି ଟିକଟ ଅନଲାଇନରେ ଉପଲବ୍ଧ ହେବ ତାହା ଚୂଡ଼ାନ୍ତ ହୋଇନାହିଁ । ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍କ୍ଲୋନଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍ଲାେଇନରେ ମିଳିବ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା ଡବ୍ଲୁ ଡବ୍ଲୁ ଇନସାଇଡର ଡଟ୍ ଇନରେ ୱେବସାଇଟରେ ଟିକେଟ କିଣି ପାରିବେ ଦର୍ଶକ । ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ଦର୍ଶକ ଟିକେଟର ହାର୍ଡକପି ସଂଗ୍ରହ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com