ଓଡ଼ିଶା

ରାଜ୍ୟରେ ୨୦୧୯-୨୨ ମସିହା ଭିତରେ ୧୦,୧୨୯ଟି ଧର୍ଷଣ ମାମଲା ଆସିଛି : ଗୃହରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ଅପରାଧିକ ମାମଲା ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୧୯ ମସିହାରୁ ୨୦୨୨ ମସିହା ଭିତରେ ୧୦,୧୨୯ଟି ଧର୍ଷଣ ମାମଲା ଆସିଥିବା ବେଳେ ୫୫୮୪ଟି ନାବାଳିକା ଧର୍ଷଣ ମାମଲା ଆସିଛି ।

୨୦୧୯ ମସିହାରେ ୨୯୫୦ଟି, ୨୦୨୦ମସିହାରେ ୨୯୮୪ଟି, ୨୦୨୧ମସିହାରେ ୩୩୨୭ଟି, ୨୦୨୨ରେ ୮୬୮ଟି ଧର୍ଷଣ ମାମଲା ଆସିଛି ।

ସେହିଭଳି ୨୦୧୯ରେ ୧୬୩୫ଟି ନାବାଳିକା ଧର୍ଷଣ ମାମଲା, ୨୦୨୦ରେ ୧୬୪୬ଟି, ୨୦୨୧ରେ ୧୮୭୧ଟି, ୨୦୨୨ରେ ୪୩୨ଟି ନାବାଳିକା ଧର୍ଷଣ ମାମଲା ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com