Featuredଜାତୀୟରାଜନୀତି

ଲୋକସଭା ଶେଷଦିନରେ ସାଇନ-ଏ-ଡାଏ

ଗୁରୁବାର ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ପରେ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟା ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଦାନୀ ଷ୍ଟକ୍‌ ମରମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି ଆସୁଥିବା ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ଜାତୀୟ ପତାକା ଧରି ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ), ସମାଜବାଦୀ ପାର୍ଟି (ଏସ୍‌ପି), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଶିବସେନା (ୟୁବିଟି), ଆମ୍‌ ଆଦମୀ ପାର୍ଟି (ଆପ୍‌) ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଭଳି ସମଭାବାପନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରି ବିଜୟା ଚୌକ ପର୍ଯ୍ୟନ୍ତ ପଦଯାତ୍ରାରେ ଚାଲି ଚାଲି ଯାଇଥିଲେ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ସୋନିଆ ଗାନ୍ଧୀ ମଧ୍ୟ ସଂସଦ ଭବନର ୧ ନମ୍ବର ଗେଟ୍‌ରେ ଜାତୀୟ ପତାକା ଧରିଥିଲେ, ଯେଉଁଠାରେ ସମସ୍ତ ବିରୋଧୀ ସାଂସଦ ଏକାଠି ହୋଇଥିଲେ।

ତ୍ରିରଙ୍ଗା ଶୋଭାଯାତ୍ରା ପରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ସରକାରଙ୍କ ଜିଦ୍‌ଖୋର ଆଭିମୁଖ୍ୟ ଯୋଗୁଁ ବଜେଟ୍‌ ଅଧିବେଶନର ଦ୍ୱିତୀୟାର୍ଦ୍ଧ ଧୋଇ ଯାଇଥିବା ନେଇ ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com