ରାଜନୀତି

ପଦ୍ମ ଧରିବେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ

ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳ ନିଜ ନିଜ ସଂଗଠନ ସଜାଡ଼ିବା ସହ ନିଜର ବଳ ବଢାଉଛନ୍ତି । ମିଶ୍ରଣ ପର୍ବ ଜରିଆରେ କର୍ମୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ନିଜ ଦଳରେ ସାମିଲ କରିବାକୁ ଯାଉଛି । ସେ ହେଉଛନ୍ତି  ଅର୍ଦ୍ଧେନ୍ଦୁ ଦାସ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ଦାସ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପଦ୍ମ ଧରିବେ ବୋଲି ଜଣାଯାଇଛି ।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ଦାସ ‘ବଡ଼ଖବର’ ନାମକ ଏକ ଘରୋଇ ଟିଭି ଚ୍ୟାନେଲର ସମ୍ମାଦକଭାବେ କାର୍ଯ୍ୟ କରୁଛନ୍ତି ।  ପ୍ରକାଶ ଯେ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ, ବିଶେଷକରି ଟିଭି ଜର୍ଣ୍ଣାଲିଜିମରେ ବଡ଼ ନାଁ ଅର୍ଦ୍ଧେନ୍ଦୁ ।  ସମ୍ବାଦ, ଅନୁପମ ଭାରତ, ଆରମ୍ଭ ଭଳି ଖବର କାଗଜରେ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକତା ସହ ଭୁବନେଶ୍ୱରରେ ବିଭିନ୍ନ ପଦପଦବୀରେ କାମ କରିଛନ୍ତି ।  ଟିଭିରେ ‘ଇଟିଭି’ରୁ ସେ କାମ ଆରମ୍ଭ କରିଥିଲେ । ଏହା ପରେ ସେ ‘ଓଟିଭି’କୁ ଆସିଥିଲେ ।  ସେତେବେଳେ ଓଟିଭି ଏତେଟା ଲୋକପ୍ରିୟ ନ ଥିଲା ।  ହେଲେ ଅର୍ଦ୍ଧେନ୍ଦୁଙ୍କ ‘ନ୍ୟୁଜଫ୍ୟୁଜ’ କନସେପ୍ଟ ଚ୍ୟାନେଲକୁ ଘରେ ଘରେ ପହଞ୍ଚାଇଥିଲା ।  ପରେ କାମୟାବରେ ମାତ୍ର କିଛି ମାସ କାର୍ୟ୍ୟ କରି ଚ୍ୟାନେଲକୁ ଆଗକୁ ନେଇ ପାରିଥିଲେ ।  ଏହା ପରେ ୨୦୧୦ରେ ସେ ନ୍ୟୁଜ୭ ଚ୍ୟାନେଲରେ ପ୍ରତିଷ୍ଠାତା ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ ।  ଚ୍ୟାନେଲ ଆରମ୍ଭ ହେଉ ହେଉ ଭଣ୍ଡ ସାରଥୀର ପର୍ଦ୍ଦାଫାଶ କରି ସେ ରାତାରାତି ନ୍ୟୁଜ୭କୁ ସଫଳତା ଦେଇଥିଲେ।  ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଖୁଲାସା ହୋଇଥିଲା ।  ମଦ ବିରୋଧରେ ଅଭିଯାନ ହୋଇଥିଲା ।  ହେଲେପରେ ତାଙ୍କୁ ନ୍ୟୁଜ୭ ଛାଡ଼ିବାକୁ ହୋଇଥିଲା।  ଏହା ପରେ ସେ ନିଜେ ‘ବଡ଼ଖବର’ ନାମକ ଏକ ଟିଭି ଚ୍ୟାନେଲ କରିବାକୁ ଅଣ୍ଟା ଭିଡ଼ିଥିଲେ ।  ତାଙ୍କ ପାଖରେ ଅର୍ଥବଳ ନାହିଁ ।  ଓଡ଼ିଶାବାସୀଙ୍କ ସହଯୋଗରେ ସେ ଚ୍ୟାନେଲ ଚାଲିବ ବୋଲି ଘୋଷଣା କରିଥିଲେ ।  ତାଙ୍କ ଚ୍ୟାନେଲ କୌଣସି ଖବରରେ ସାଲିସ କରିବ ନାହିଁ ।  ଓଡ଼ିଶାବାସୀଙ୍କ ସ୍ୱର ହେବ ବୋଲି ସେ ଦୃଢୋକ୍ତି ରଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com