Breaking NewsFeaturedରାଜନୀତି

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯିବନି କଂଗ୍ରେସ । ସ୍ପଷ୍ଟ କଲା ଆଭିମୁଖ୍ୟ ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ କଂଗ୍ରେସର ବଏକଟ । ନିମନ୍ତ୍ରଣକୁ ସମ୍ମାନର ସହ ପ୍ରତ୍ୟାଖାନ କଲା କଂଗ୍ରେସ । କୁହାଯାଇଛି କି ଅଯୋଧ୍ୟାକୁ ଯିବେ ନାହିଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧି ଓ ଲୋକସଭା କଂଗ୍ରେସ ଦଳର ନେତା ଅଧିର ରଂଜନ ଚୌଧୁରୀଙ୍କ ସମେତ ଅନେକ କଂଗ୍ରେସ ନେତା । ଏନେଇ ଏକ ବିବୃତି ଜାରି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଅଯୋଧ୍ୟାରେ ରାମ ମନ୍ଦିରକୁ ବିଜେପି ରାଜନୈତିକ ପ୍ରକଳ୍ପ କରିଥିବାରୁ କଂଗ୍ରେସ ଏହାକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି ।

ଏଠାରେ କହିରଖୁଛୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସବୁଠି ଉତ୍ସବର ମାହୋଲ ଦେଖାଦେଇଛି । ଜାନୁଆରୀ ୨୨ରେ ହେବ ଏହି ଭବ୍ୟ ମନ୍ଦିରର ଉଦଘାଟନ । ଏଥିରେ ମୁଖ୍ୟ ଅତିଥି ସାଜିବେ ପ୍ରଧାନମନ୍ତ୍ରୀ ମୋଦି । କିନ୍ତୁ ରାମ ମନ୍ଦିରକୁ ନେଇ ଜୋର ଧରିଛି ରାଜନୀତି । କେଉଁ ରାଜନୈତିକ ଦଳ ଆସିବେ ଆଉ କିଏ ଆସିବେନି ତାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା । ପୂର୍ବରୁ କୁହାଯାଉଥିଲା କି ରାମଲାଲାଙ୍କ ଉତ୍ସବରେ କଂଗ୍ରେସ ନେତା ମାନେ ଯୋଗ ଦେବା ପାଇଁ ଅନୁମତି ଦେଇଚନ୍ତି କଂଗ୍ରେସ ହାଇକମାଣ୍ଡ ।

ଏହାରି ଭିତରେ ନାନା କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, ଉପସ୍ଥିତ ରହିବେ ନାହିଁ ବୋଲି ଘୋଷଣା କରିଛନ୍ତି ଜୟରାମ ରମେଶ । ଏହାପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସି ମଧ୍ୟ ଏହି ଉତ୍ସବକୁ ବୟକଟ କରି ସାରିଛି । ସେପଟେ ଆଇଏନଡିଆଇଏ ମେଂଟରେ ରହିଥିବା ଗୋଟିଏ ପରେ ଗୋଟିଏ ଦଳ ଅଯୋଧ୍ୟା ମହୋତ୍ସବକୁ ବଏକଟ କରୁଥିବାରୁ ଏହା ଆଗାମୀ ନିର୍ବାଚନରେ ଏକ ବଡ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶାରଦ ମାନେ ଆକଳନ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com