ପ୍ରସିଦ୍ଧ ଟେଲିଭିଜନ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କ ପ୍ରେମିକା ଶେହେନାଜ ଗିଲ୍ ମଧ୍ୟ ତାଙ୍କୁ ଏକ ମନେ ପକାଇ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । ଶେହେନାଜ ପୁଣି ଥରେ ସ୍ୱର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ମନେ ପକାଇ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କର ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଠିକ୍ ରାତି ୧୨ ଟା ସମୟରେ ସେୟାର କରିଥିଲେ । ଏବଂ ଫଟୋରେ କ୍ୟାପସନରେ ଲେଖିଥିଲେ ଯେ, ‘ i will see you again’ ଏହାସହ ଏକ ଲଭ ଇମୋଜି ମଧ୍ୟ ଦେଇଥିଲେ । ଶେହେନାଜଙ୍କ ଏଭଳି ଭାବ ବିହ୍ବଳ ପୋଷ୍ଟ ଦେଖିବା ପରେ ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଆଜିବି ସିଦ୍ଧାର୍ଥଙ୍କୁ ଭୁଲି ପାରି ନାହାଁନ୍ତି ଅଭିନେତ୍ରୀ । ବିଗବସ ସିଜିନ ୧୩ ରୁ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହେନାଜ ଗିଲଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ପରେ ପରପ୍ପର ମଧ୍ୟରେ ଭଲ ବନ୍ଧୁତା ଥିଲା। ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହି ଲବବାର୍ଡଙ୍କୁ ପ୍ରଶଂସକମାନେ ସିଦ୍ଧନାଜ ନାମରେ ଡାକିବା ଆରମ୍ଭ କରିଥିଲେ ।
Related Articles
Check Also
Close
-
ଲାଗୁ ହେବ ସିଏଏMarch 12, 2024