ଭାରତ-ବାଂଲାଦେଶ ମ୍ୟାଚ ବେଳେ ରୋହିତ ଶର୍ମା ଆହତ
ଭୁବନେଶ୍ୱର, ୦୭/୧୨/୨୦୨୨ – ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମିରପୁରରେ ବାଂଲାଦେଶ ବିପକ୍ଷରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଛାଡି ଡାକ୍ତରଖାନାରେ ପହଞ୍ଚିଥିଲେ । ରୋହିତ ସ୍ଲିପରେ କ୍ୟାଚ୍ ଧରିବାକୁ ଚେଷ୍ଟା କରୁ ଥିବାବେଳେ ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଛି । ଏନେଇ ବିସିସିଆଇ ଟ୍ୱିଟ କରିଛି ।
Update: India Captain Rohit Sharma suffered a blow to his thumb while fielding in the 2nd ODI. The BCCI Medical Team assessed him. He has now gone for scans. pic.twitter.com/LHysrbDiKw
— BCCI (@BCCI) December 7, 2022
ଆଘାତ ପାଇବା ପରେ ରୋହିତ ଶର୍ମାଙ୍କ ହାତରୁ ରକ୍ତ ବାହାରି ଥିଲା । ରୋହିତଙ୍କୁ ଏକ୍ସ-ରେ ପାଇଁ ଡାକ୍ତରଖାନାକୁ ପଠାଯାଇଛି । ତେବେ ରୋହିତ ଆଗକୁ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନାହିଁ । ପ୍ରଥମ ଦିନିକିଆକୁ ବାଂଲାଦେଶଠାରୁ ହାରି ସିରିଜରେ ଇଣ୍ଡିଆ ଏବେ ୧-୦ରେ ପଛୁଆ ଅଛି । ଏଭଳି ସ୍ଥିତିରେ ରୋହିତ ଆହତ ହେବା ଦଳକୁ ଏକ ବଡ ଝଟକା ବୋଲି କୁହାଯାଉଛି ।