ଅନ୍ୟାନ୍ୟ

ନୂଆ ମୋବାଇଲ ଆପ୍ଲିକେସନ ଲଞ୍ଚ କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ, ୦୮/୧୨/୨୦୨୨ –  ନୂଆ ମୋବାଇଲ ଆପ୍ଲିକେସନ ଲଞ୍ଚ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ଆଣ୍ଡ୍ରୋଏଡ ୨.୦ ଭର୍ସନ ଅଟେ । ଏହି ମୋବାଇଲ ଆପ୍ଲିକେସନକୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇ ପାରିବ । ଏହାର iOS version ଗୋଟିଏ ସପ୍ତାହରେ ଉପଲବ୍ଧ ହୋଇଯିବ । ଏହି ସୁବିଧାକୁ ନ୍ୟାୟପାଳିକାରେ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କୁହାଯାଉଛି । ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ଵାଇ ଚନ୍ଦ୍ରଚୂଡ ଏହି ଆପ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ।

ମୋବାଇଲ ଆପ୍ଲିକେସନ ଆଣ୍ଡ୍ରୋଏଡ ୨.୦ ଭର୍ସନ ଲଞ୍ଚ ହେବା ଫଳରେ ଆଇନ ଅଧିକାରୀ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟର ନୋଡାଲ ଅଧିକାରୀଙ୍କୁ ଏକ୍ସକ୍ଲ୍ୟୁସିଭ ରିୟଲ ଟାଇମ୍‌ ଦେଖିବାରେ ସୁବିଧା ପ୍ରଦାନ କରିବ। ଏହାକୁ ଲଗ୍ ଇନ୍ କରାଯାଇ ଆପ୍ଲିକେସନ ଜରିଆରେ ଅଦାଲତର ଗୃହକାର୍ଯ୍ୟ ଦେଖିହେବ। ପ୍ରଧାନ ବିଚାରପତି ବୁଧବାର ଏହାର ଲଞ୍ଚ କରିଛନ୍ତି । ପୂର୍ବରୁସମ୍ବିଧାନ ଦିବସ ସମାରୋହରେ ପ୍ରଧାନ ବିଚାରପତି ହୋଇଥିବା କାରଣରୁ ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭରେ ନ୍ୟାୟ ପ୍ରଦାନ କରିବା ତାଙ୍କର ଦାୟିତ୍ଵ ବୋଲି ସେ କହିଥିଲେ । ସେହିପରି ନଭେମ୍ବର ୨୬ରେ ସମ୍ବିଧାନ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘S3WaaS’ ଓ୍ଵେବସାଇଟ୍‌,  ଜଷ୍ଟିସ୍ ମୋବାଇଲ୍ ଆପ୍ ୨.୦, ଭର୍ଚୁଆଲ ଜଷ୍ଟିସ୍ ବ୍ଲକ, ଏବଂ ଡିଜିଟାଲ୍ କୋର୍ଟ ଲଞ୍ଚ୍ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com