Featuredଜାତୀୟରାଜନୀତି

ସୁପ୍ରିମକୋର୍ଟ କଲେଜିୟମ ବିବାଦ, RTI ଆବେଦନକୁ ଖାରଜ

ନୂଆଦିଲ୍ଲୀ: ଜଜ୍ ନିଯୁକ୍ତି ପାଇଁ କଲେଜିୟମ ବୈଠକରେ ହୋଇଥିବା ଆଲୋଚନା ସାର୍ବଜନୀନ କରିବାକୁ ମନା କଲେ କୋର୍ଟ । ୨୦୧୮ ଡିସେମ୍ବର ୧୨ କଲେଜିୟମ ବୈଠକରେ ଜଜ୍ ନିଯୁକ୍ତି ପ୍ରକ୍ରିୟାକୁ ନେଇ ହୋଇଥିବା ଆଲୋଚନାର ତଥ୍ୟ RTI ଯୋଗେ ଦେବାକୁ ପିଟିସନ ଦାଏର ହୋଇଥିଲା। ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ଟପ୍ ପ୍ୟାନେଲଙ୍କ ଆଲୋଚନା ସାର୍ବଜନୀନ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ କୋର୍ଟ । ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ବାଜ ଦାଏର କରିଥିବା ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି । କଲେଜିୟମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସାର୍ବଜନୀନ କରାଯାଇଥାଏ । ମାତ୍ର ଏନେଇ ହୋଇଥିବା ଆଲୋଚନା ତଥ୍ୟ ବାହାରକୁ ଦେବା ସାମ୍ବିଧାନିକ ବ୍ୟବସ୍ଥା ପରିସରଭୁକ୍ତ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com