ବାଣିଜ୍ୟ
ଶେଷ ସପ୍ତାହରେ ଭାରତୀୟ ଷ୍ଟକ୍ ମାର୍କେଟ ଧରାଶାୟୀ, ଅଧିକ ଖସିଗଲା ଆଇଟି ଷ୍ଟକ୍
![](https://i0.wp.com/odia.mobilenews24x7.com/wp-content/uploads/2022/12/stock_market_1669965043526_1669965043712_1669965043712.webp?resize=600%2C338&ssl=1)
ଭୁବନେଶ୍ୱର: ସପ୍ତାହର ଶେଷ ବାଣିଜ୍ୟ ଦିନରେ ହ୍ରାସ ସହିତ ଭାରତୀୟ ଷ୍ଟକ୍ ମାର୍କେଟ ବନ୍ଦ ହୋଇଗଲା । ବଜାରରେ ବିକ୍ରୟ ଦେଖିବାକୁ ମିଳିଛି । ରେକର୍ଡ ସ୍ତରକୁ ସ୍ପର୍ଶ କରିବା ପରେ ଆଜି ବ୍ୟାଙ୍କ ନିଫ୍ଟି ତଳକୁ ଖସିଥିଲା । ସବୁଠାରୁ ବଡ ହ୍ରାସ ଆଇଟି ଷ୍ଟକ୍ ରେ ଦେଖିବାକୁ ମିଳିଥିଲା ।
ଗତ ବାଣିଜ୍ୟ ଅଧିବେଶନରେ,ଗୁରୁବାର ଦିନ ୩୦-ସେୟାର ସେନସେକ୍ସ ୧୬୦ ପଏଣ୍ଟ ହାସଲ କରି ୬୨,୫୭୦.୬୮ ପଏଣ୍ଟରେ ବନ୍ଦ ହୋଇଯାଇଥିଲା । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୪୮.୮୫ ପଏଣ୍ଟ ହାସଲ କରି ୧୮,୬୦୯.୩୫ ପଏଣ୍ଟରେ ବନ୍ଦ ହୋଇଯାଇଛି।