ଅନ୍ୟାନ୍ୟ

ଆଇନଜୀବୀଙ୍କ ଆନ୍ଦୋଳନରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର, ୧୨/୧୨/୨୦୨୨ –    ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ବାରମ୍ବାର ଓକିଲ ମାନେ ଆଇନ କାନୁନ ପରିସ୍ଥିତି ଉପୁଜାଉଥିବାରୁ ପୋଲିସକୁ ହାଜର ହେବାପାଇଁ କୋର୍ଟ କହିଛନ୍ତି । ଭିନ୍ନ ଭିନ୍ନ ପ୍ରସଙ୍ଗ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ରାଜ୍ୟର ଓକିଲ ମାନଙ୍କ ବିରୋଧରେ ଚରମ ନିଷ୍ପତ୍ତି ଶୁଣାଇଥିଲେ । ଲାଇସେନ୍ସ ସସ୍‌ପେଣ୍ଡ କରିବା ପାଇଁ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଦୋଳନରତ ଓକିଲଙ୍କୁ ଆବଶ୍ୟକ ହେଲେ ଗିରଫ କରିବାକୁ କହିଥିଲେ । କେବଳ ଏତିକି ନୁହେଁ, ନ୍ୟାୟିକ ଅଧିକାରୀ ଓ ମହକିଲ ମାନଙ୍କୁ ବି ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ଆନ୍ଦୋଳନ ଜାରି ରହିଥିଲା ।

ଏ ନେଇ ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା DGP ଏବଂ ସମ୍ବଲପୁର IGଙ୍କୁ ହାଜର ହେବେ । କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ସେମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଦର୍ଶାଇବା ପାଇଁ କୋର୍ଟ କହିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ମଧ୍ୟ ପୁଲିସର ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯଦି ଓଡିଶା ପୋଲିସ ଏହି ବିରୋଧକୁ ରୋକିବାରେ ଅସମର୍ଥ ତେବେ ଆମକୁ କୁହନ୍ତୁ,  ଆମେ ଓଡିଶାରେ ପାରାମିଲିଟାରୀ ନିୟୋଜିତ କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com