Featuredଜାତୀୟ

ସୁପ୍ରିମକୋର୍ଟରୁ ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଏଥିସହିତ ରାଜ କୁନ୍ଦ୍ରାଙ୍କ ସହ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ଏହାକୁ ଓଟିଟି ପ୍ଲାଟଫର୍ମରେ ଦେଖାଇବା ମାମଲାରେ ସୁପ୍ରିମକୋର୍ଟ ମଡେଲ ସର୍ଲିନ ଚୋପ୍ରା, ପୁନମ ପାଣ୍ଡେ ଏବଂ ଉମେଶ କାମାତଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। ଏଥି ସହିତ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏହା ମଧ୍ୟ କୁହାଯାଇଥିଲାଯେ, ଯଦି ଆବଶ୍ୟକ ହୁଏ, ତଦନ୍ତରେ ସମସ୍ତ ପ୍ରକାର ସହଯୋଗ ଦେବାକୁ ଏମାନେ ସବୁବେଳେ ପ୍ରସ୍ତତ ରହିବେ ।

 

Related Articles

Back to top button