
ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣି ଝଟକା । ଏନେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଲୋକସଭାରେ ରେଳ ଭଡା ବଢିବା ନେଇ ସଂକେତ ଦେଇଛନ୍ତି । ବୁଧବାର ଦିନ ଲୋକସଭାରେ ଅଶ୍ୱନୀ ବୈଷ୍ଣବଙ୍କ ଏଭଳି ବୟାନ ପରେ ଆଗାମୀ ଦିନରେ ପୁଣି ରେଳଭଡା ବଢିବ ବୋଲି ଆଶା କରାଯାଉଛି । ସେପେଟେ କୋଭିଡ-୧୯ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ରେଳ ଭଡାରେ ଯେଉଁ ରିହାତି ମିଳୁଥିଲା ତାହା ପୁଣି ଲାଗୁ ହେବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି କି, ଏବେ ସମୟରେ ରେଳରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ୫୫ ଟିକେଟରେ ୫୫ ପ୍ରତିଶତ ରିହାତି ମିଳୁଛି । ରେଳମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ, ରେଳଯାତ୍ରୀଙ୍କ ଭଡାରେ ରେଳ ବିଭାଗ ପ୍ରତି କିଲୋମିଟରକୁ ୧.୧୬ ଟଙ୍କା ଖର୍ଚ୍ଚ କରୁଛି । ହେଲେ ଟିକେଟ ବାବଦରେ ଲୋକଙ୍କ ଠାରୁ କେବଳ ୪୫ ରୁ ୪୮ ପ୍ରତିଶତ ପର୍ଯ୍ୟନ୍ତ ଆଦାୟ କରୁଛି ।