
ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍ଘାଟନ କରିଛନ୍ତି।
୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୧,୦୦୦ ରୁ ଅଧିକ ପିଲା ପାଠ ପଢିବେ।