ଜୀବନଶୈଳୀ

ଭାରତର ସବୁଠାରୁ ମହଙ୍ଗା ଟ୍ରେନ୍, ଗୋଟିଏ ଟିକେଟ୍ କୁ ୧୯ ଲକ୍ଷ !

ଭୁବନେଶ୍ୱର: ଭାରତରେ ପ୍ରାୟ ସମସ୍ତେ ଟ୍ରେନ୍ ରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କାରଣ ଏଠାରେ ଥିବା ସୁନ୍ଦର ସହର ଏବଂ ଉପତ୍ୟକା ମଧ୍ୟରେ ଯାତ୍ରା କରିବା ନିଜ ଭିତରେ ଏକ ନିଆରା ଅନୁଭୂତି। ଶସ୍ତା ଓ ସୁରକ୍ଷିତ ଯାତ୍ରା ପାଇଁ ଅଧିକାଂଶ ଲୋକେ ଟ୍ରେନ୍ କୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ କେବେ ଭାରତର ସବୁଠାରୁ ମହଙ୍ଗା ଟ୍ରେନ୍ ବିଷୟରେ ଶୁଣିଛନ୍ତି ? ଆଜି ଆମେ ଆପଣାକୁ ଭାରତର ସବୁଠୁ ମହଙ୍ଗା ଟ୍ରେନ ବିଷୟରେ କହିବାକୁ ଯାଉଛୁ ।

ମହାରାଜା ଏକ୍ସପ୍ରେସ ହେଉଛି ଭାରତର ସବୁଠାରୁ ମହଙ୍ଗା ଟ୍ରେନ୍। ଏହା ଏକ ବିଳାସପୂର୍ଣ୍ଣ ଟ୍ରେନ୍ ଏବଂ ଏହାର ସୁବିଧା ଦେଖି ଆପଣ ବିମାନକୁ କୁ ମଧ୍ୟ ଭୁଲିଯିବେ। ଏହି ଟ୍ରେନରେ ଯାତ୍ରୀମାନେ ୪ ଟି ଭିନ୍ନ ମାର୍ଗରେ ୭ ଦିନ ଯାତ୍ରା କରୁଥିବାବେଳେ ବଟଲର ସୁବିଧା ପାଇଥାନ୍ତି । ‘ଇଣ୍ଡିଆନ୍ ପାନୋରାମା’, ‘ଟ୍ରେଜର୍ସ ଅଫ୍ ଇଣ୍ଡିଆ’, ‘ଇଣ୍ଡିଆନ୍ ସ୍ପ୍ଲେଣ୍ଡର’ ଏବଂ ‘ହେରିଟେଜ୍ ଅଫ୍ ଇଣ୍ଡିଆ’ ଏହି ଟ୍ରେନର ବିଭିନ୍ନ ମାର୍ଗ ଅଟେ।

ଭିଡିଓ ନିର୍ମାତା କୁଶାଗ୍ରା ଏହି ଟ୍ରେନର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଟ୍ରେନର ଭିତର ଦୃଶ୍ୟ ଦେଖିଲେ ତୁମ ଆଖିକୁ ବିଶ୍ୱାସ କରିପାରିବ ନାହିଁ । ଏହାରି ଭିତରେ ଏକ ବସିବା କୋଠରୀ ଅଛି ଯେଉଁଥିରେ ସୋଫା, ଟେବୁଲ୍, ଇତ୍ୟାଦି ରଖାଯାଇଛି । ଭିତରେ ଟିଭି ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ସୁନ୍ଦର ବେଡ଼ ରୁମ ମଧ୍ୟ ଅଛି । ୱାଶରୁମ୍ ମଧ୍ୟ ହୋଟେଲ ପରି ଉଜ୍ଜ୍ୱଳ ଦେଖାଯାଉଛି । ତେବେ ଏହି ଟ୍ରେନରେ ଜଣେ ବ୍ୟକ୍ତିଙ୍କ ଟିକେଟ୍ ମୂଲ୍ୟ କେତେ ହୋଇଥିବ ବୋଲି ଆପଣ ଭାବୁଛନ୍ତି ? ଏଥିରେ ଯାତ୍ରା କରିବା ପାଇଁ ଆପଣଙ୍କୁ ୧୯ ଲକ୍ଷରୁ ଅଧିକ ଟଙ୍କା ଦେବାକୁ ପଡିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com