ଜୀବନଶୈଳୀ

ଏଥର ବଡଓଷାରେ ଧବଳେଶ୍ୱର ଦର୍ଶନରୁ ଶ୍ରଦ୍ଧାଳୁ ହେବେ ବଞ୍ଚିତ !

 କଟକ , ୦୨/୧୧/୨୦୨୨ –   ପଞ୍ଚୁକରେ ଏଥର ଲକ୍ଷାଧିକ ଶ୍ରଦ୍ଧାଳୁ ବାବା ଧବଳେଶ୍ୱରଙ୍କ ସିଧାସଳଖ ଦର୍ଶନରୁ ବଞ୍ଚିତ ହେବେ । ଏଭଳି ଏକ ଆଶଙ୍କାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଗୁଜୁରାଟର ମୋର୍ବି ଝୁଲାପୋଲ ଦୁର୍ଘଟଣା ହୋଇନଥିଲେ ସତରେ କଣ ପ୍ରଶାସନ ଧବଳେଶ୍ୱର ଝୁଲା ପୋଲ ପାଇଁ କଟକଣା ଜାରି କରିଥାନ୍ତା ? ଏବେ ଏହି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଲୋକଙ୍କ ଅସନ୍ତୋଷକୁ ଏଡାଇବା ପାଇଁ LED ସ୍କ୍ରିନ୍ ଲଗାଇବା ଯୋଜନା ଜରିଆରେ ପ୍ରଶାସନ ପରଳ ପକାଇବ। ଯୋଜନା କରିଛି ।

ଯଦି ସତରେ ଏହି ପୋଲ ଏକ ବିପଦ ସଙ୍କୁଳ ଅବସ୍ଥାରେ ଅଛି ପ୍ରଶାସନ ଆଗରୁ କାହିଁକି କଟକଣା ଲଗାଇ ନଥିଲା । କେବଳ କଟକଣା ନୁହେଁ ବଡଓଷା ଏବଂ ପଞ୍ଚୁକରେ ଏହି ସ୍ଥାନରେ ସର୍ବାଧିକ ଜନ ସମସଗମ ହେଉଥିବାରୁ ଏହାର ମରାମତି ପାଇଁ କାହିଁକି ଆଗୁଆ ପଦକ୍ଷେପ ନେଇ ନଥିଲା । ଏହିଭଳି ଏକାଧିକ ଅସମାହିତ ପ୍ରଶ୍ନକୁ ନେଇ ସାଧାରଣ ଲୋକଙ୍କ ଭିତରେ କ୍ଷୋଭ ଦାନା ବାନ୍ଧିବାରେ ଲାଗିଛି । ଲୋକଙ୍କ ରୋଷକୁ ପ୍ରତିହତ କରିବାକୁ ଭର୍ଚ୍ଚୁଆଲରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଝୁଲାପୋଲ ନିକଟରେ ଲାଗିବ LED ସ୍କ୍ରିନ୍ ।

ସମସ୍ତଙ୍କ ସହିତ ଆଲୋଚନା ପରେ ଏଥିପାଇଁ ଜାଗା ଚିହ୍ନଟ କରାଯିବ । ସମସ୍ତ ପ୍ରସ୍ତୁତି ସହ ସେହି ଜାଗାରେ ମେଳା କରାଯିବ । ଏପରି ସୂଚନା ଦେଇଛନ୍ତି କଟକ ଜିଲ୍ଲପାଳ । ଝୁଲାପୋଲ ଦୁର୍ବଳ ଥିବାରୁ କଟକ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ଯେଉଁଥିପାଇଁ ଧବଳେଶ୍ୱର ପୀଠକୁ ଭକ୍ତ ମାନେ ସିଧାସଳଖ ଯାଇ ପାରିବେ ନାହିଁ । ତେଣୁ ଏପରି ବ୍ୟବସ୍ଥା କରାଯାଇଛି । କଟକଣା ଲାଗିଥିବା ସମୟରେ କେବଳ ବ୍ରାହ୍ମଣମାନେ ହିଁ ମନ୍ଦିର ଭିତରକୁ ଯାଇ ଠାକୁରଙ୍କ ପୂଜାର୍ଚନା କରିବେ ।

ସେପଟେ ଝୁଲାପୋଲର ମରାମତି ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଜାରି ରହିବ । ପଞ୍ଚୁକ ଏବଂ ବଡ ଓଷାରେ ଡଙ୍ଗା ଯୋଗେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ପୀଠକୁ ସାଧାରଣଙ୍କ ଦର୍ଶନ ବନ୍ଦ କରାଯାଇଛି । ଏବେ ପ୍ରଶାସନର ଏପରି ଖାମଖିଆଲି ପଣ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଲାଗିଛି। ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ୧୫୦୦ରୁ ଆସି ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com