କ୍ରୀଡ଼ା

FIFA WC 2022 ଟ୍ରଫି ଉନ୍ମୋଚନ ପାଇଁ କାହିଁକି ଚୟନ ହେଲେ ଦୀପିକା

ଗତ କିଛିଦିନ ହେଲା ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ।  ୧୮ ଡିସେମ୍ବର ରେ ଫିଫା ୱାର୍ଲଡ କପ୍ ପାଇଁ ମୁହାଁମୁହିଁ ହୋଇଥିଲେ ଆର୍ଜେଣ୍ଟିନା ଓ ଫ୍ରାନ୍ସ । ଏହାପୂର୍ବରୁ ଟ୍ରଫି ଧରି ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ। ତେବେ ଏପରି ବିଶ୍ୱକପ୍ ଟ୍ରଫିର ଉନ୍ମୋଚନ କରିବାରେ ଦୀପିକା ହେଉଛନ୍ତି ପ୍ରଥମ ଭାରତୀୟ। ମନରେ ଉଙ୍କି ମାରୁଥିବ ଯେ, ଅଭିନେତ୍ରୀ ଦୀପିକା ପାଦୁକୋନ ହିଁ କାହିଁକି FIFA WC 2022 ରେ ଚୟନ ହେଲେ। କାରଣ,  ଅଭିନେତ୍ରୀ ହେଉଛନ୍ତି ଲଗଜରୀ କ୍ଲଦିଙ୍ଗ ଏବଂ ଏକ୍ସସେରିଜ୍ ବ୍ରାଣ୍ଡ (Louis Vuitton) ର ଗ୍ଲୋବାଲ ଆମ୍ବାସଡର। ଏଥି ସହିତ, ଲୁଇ ଭ୍ୟୁଟନ୍ ୨୦୧୦ ଠାରୁ ଫିଫା ବିଶ୍ୱକପ୍ ର ଅଂଶୀଦାର ରହିଆସିଛନ୍ତି । ଗତ ଦଶ ଦଶନ୍ଧି ଧରି ଫୁଟବଲ ବିଶ୍ୱକପ୍‌ର ସମର୍ଥନ ହେତୁ ଏହାର ବିଶ୍ୱସ୍ତରୀୟ ରାଷ୍ଟ୍ରଦୂତ ଦୀପିକା ପାଦୁକୋନ ଆର୍ଜେଣ୍ଟିନା ବନାମ ଫ୍ରାନ୍ସ ଫାଇନାଲ ପୂର୍ବରୁ ଟ୍ରଫି ଉନ୍ମୋଚନ କରିବାକୁ ମନୋନୀତ ହୋଇଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com