ବାଣିଜ୍ୟ

କାହିଁକି ତଳକୁ ଖସିଗଲା ଷ୍ଟକ୍ ? ଗୋଟିଏ ଦିନରେ ନିବେଶକଙ୍କ ଡୁବିଗଲା କୋଟି କୋଟି ଟଙ୍କା

ଭୁବନେଶ୍ୱର: ଗତ କିଛି ଦିନ ହେବ ଷ୍ଟକ୍ ମାର୍କେଟ ତଳକୁ ତଳ ଖସିବାରେ ଲାଗିଛି। ବୁଧବାର ସକାଳେ ଜୋରଦାର କାରବାର ଆରମ୍ଭ କରିଥିବା ଷ୍ଟକ୍ ମାର୍କେଟରେ ଅପରାହ୍ନରେ ହ୍ରାସ ଘଟିଛି। ଏହି ସମୟରେ ଘରୋଇ ବ୍ୟାଙ୍କ ସିଟି ୟୁନିୟନ ବ୍ୟାଙ୍କର ଅଂଶରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା। ବ୍ୟାଙ୍କର ଷ୍ଟକ୍ ହ୍ରାସର କାରଣ ଆରବିଆଇ ଦ୍ୱାରା ପ୍ରକାଶିତ ହୋଇଥିବା ଜଣାପଡିଛି।

କହିବାକୁ ଗଲେ ଅକ୍ଟୋବର-ନଭେମ୍ବରରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସିଟି ୟୁନିଅନ୍ ବ୍ୟାଙ୍କ ସହ ଜଡିତ କିଛି ତଦନ୍ତ ନିର୍ଦ୍ଦେଶ ଦେଇଛି। ଅନୁସନ୍ଧାନରେ ବ୍ୟାଙ୍କର ଅନିୟମିତତା ଚିହ୍ନଟ ହେବାପରେ ଷ୍ଟକ୍ ହ୍ରାସ ଘଟିଥିବାର ଦେଖାଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ଗୋଟିଏ ଦିନ ପୂର୍ବରୁ ୧୮୮.୮୦ ଟଙ୍କାରେ ବନ୍ଦ ହୋଇଥିବା ସିଟି ୟୁନିୟନ ବ୍ୟାଙ୍କର ଅଂଶ ବୁଧବାର ସକାଳେ ୧୮୧.୩୫ ଟଙ୍କାରେ ଖୋଲିଥିଲା। ପରେ ଏହା ୯ ପ୍ରତିଶତ ହ୍ରାସ ପାଇ ୧୭୨ ଟଙ୍କାକୁ ଖସି ଆସିଥିଲା। ଷ୍ଟକ୍ ଗୁଡିକର ହ୍ରାସ ଯୋଗୁଁ ନିବେଶକମାନେ ଚିନ୍ତାରେ ପଡିଯାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com