ବାଣିଜ୍ୟ

ବଢ଼ିପାରେ ମୋବାଇଲ ରିଚାର୍ଜ ଦର

ନୂଆଦିଲ୍ଲୀ, ୩୧/୧୨/୨୦୨୨ –   ୨୦୨୩ ମସିହା ଆରମ୍ଭ ହେବାର ମାତ୍ର କେଇମାସ ମଧ୍ୟରେ ମୋବାଇଲ ରିଚାର୍ଜ ଦର ମହଙ୍ଗା ହୋଇଯିବ । କାରଣ ଦେଶର ଚାରିଆଡେ ୫-ଜି ସେବା ଉପଲବ୍ଧ ହେବ । ତେଣୁ କମ୍ପାନୀମାନେ ଏହିବର୍ଷ ପୁଣି ଥରେ ରିଚାର୍ଜ ମୂଲ୍ୟ ବଢ଼ାଇବେ ବୋଲି କମ୍ପାନୀମାନେ ଜଣାପଡ଼ିଛି ।

କଂପାନିଗୁଡ଼ିକ ମଧ୍ୟରୁ ୫-ଜି ନେଟ୍‌ୱର୍କ ବିକାଶ ଲାଗି ରିଲାଏନ୍ସ ଜିଓ ୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିବ ବୋଲି କହିଛି । ସେଥିରୁ ପ୍ରାୟ ୮୮ ହଜାର କୋଟି ଟଙ୍କାରେ କଂପାନି ୫-ଜି ସ୍ପେକ୍ଟ୍ରମ୍ କିଣିଥିଲା ବେଳେ ଆଉ ୧.୧୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବା ବାକି ଅଛି । ସେହିପରି ଏୟାରଟେଲ୍‌ ପ୍ରାୟ ୨୮ ହଜାର କୋଟି, ସରକାରୀ କଂପାନି BSNL ୧୬ ହଜାର କୋଟି ଟଙ୍କା ନିବେଶ କରିବ । ଆଦାନି ଡାଟା ନେଟ୍‌ୱର୍କସ୍‌ ୫ଜି ସ୍ପେକ୍ଟ୍ରମ୍ କିଣିଥିବା ବେଳେ ତାହା କେବେ ନିବେଶ କରିବ ତାହା ଜଣାନାହିଁ ।

୨୦୨୩ରେ ଟେଲିକମ୍ କ୍ଷେତ୍ରରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଟେଲିକମ୍ କଂପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ କିଭଳି କମ୍ ହୋଇପାରିବ ଏବଂ ଗ୍ରାହକମାନେ କିପରି ଅଧିକ ଖର୍ଚ୍ଚାନ୍ତ ନେ ହେବେ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଟେଲିକମ୍ ସଚିବ କେ. ରାଜାରମଣ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com