ଜାତୀୟରାଜନୀତି

ଉପନିର୍ବାଚନରେ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ : ୫୪ ହଜାରରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ:  ଚମ୍ପାବତ ଉପ ନିର୍ବାଚନରେ ଜିତିଲା ବିଜେପି ।  ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ। କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନରେ ଧାମୀ ବିଜୟ ଲାଭ କରିଛନ୍ତି ।

ବିପୁଳ ବିଜୟ ସହ ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ଏହି ଖୁସିରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି। ତେବେ ଖଟିମାରୁ ନିର୍ବାଚନ ହାରିବା ଧାମୀ ଚମ୍ପାବତରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ। ଏହି ଆସନରେ ମେ ୩୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଐତିହାସିକ ବିଜୟ ପରେ ଧାମୀ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ସେପଟେ ବିଜେପି ପାର୍ଟି ଅଫିସରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରୁଛନ୍ତି।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ, କେରଳ, ଓଡ଼ିଶାର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇବ। ଉତ୍ତରାଖଣ୍ଡର ଚମ୍ପାବତ୍ ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ କେରଳର ତ୍ତିକ୍କାକାରାରେ ସିପିଏମ ଏବଂ ଓଡ଼ିଶାର ବ୍ରଜରାଜନଗର ଆସନରେ ବିଜେଡି ଆଗୁଆ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com